ସ୍ୱାସ୍ଥ୍ୟ ପାଇଁ ରାମବାଣ ଆମ୍ବ ଚୋପା, ଜାଣନ୍ତୁ କ’ଣ ରହିଛି ଉପକାରିତା

ନୂଆଦିଲ୍ଲୀ: ପାଚିଲା ଆମ୍ବ । ଏହାକୁ ଶୁଣିବା ମାତ୍ରେ ପିଲାଠୁ ବୁଢ଼ା ସମସ୍ତଙ୍କ ପାଟିରୁ ଆପେ ଲାଳ ବୋହି ଆସେ । ଏହାର ସ୍ୱାଦ ବି ନିଆରା । ହେଲେ ଅଧିକାଂଶ ଆମ୍ବ ରସ ଖାଇବା ପରେ ଚୋପାକୁ ଫିଙ୍ଗି ଦେଇଥାନ୍ତି । ଏହା ଅଦରକାରୀ ବୋଲି ସେମାନେ ଭାବନ୍ତି । ମାତ୍ର ଆମ୍ବ ଚୋପା ଶରୀର ପାଇଁ ରାମବାଣ ସଦୃଶ୍ୟ । ଏହା ଅନେକ ରୋଗ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଆମ୍ବ ଚୋପାରେ କ’ଣ ରହିଛି ଉପକାରିତା...
-ଆମ୍ବ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ । ହୃତ୍ପିଣ୍ଡ ପାଇଁ ଏହା ବହୁତ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
-ଏହାକୁ ଖାଇବା ଦ୍ୱାରା ହୃଦଘାତ ଆଶଙ୍କା ହ୍ରାସ ପାଇଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ହୃଦ୍ରୋଗୀ ଏହାକୁ ଖାଇବା ଖାଇପାରିବେ ।
-ଆମ୍ବ ଚୋପାକୁ ମୁହଁରେ ଘସିବା ଦ୍ୱାରା ଟ୍ୟାନିଂ ବା ଖରା ଯୋଗୁଁ କଳାପଣ ସମସ୍ୟା ଦୂର ହୋଇଥାଏ । ଚେହେରାରେ ଉଜ୍ୱଳତା ଆସିଥାଏ । ପେଟ ରୋଗ ପାଇଁ ମଧ୍ୟ ଏହା ଫଳପ୍ରଦ ।
-ଆମ୍ବ ଚୋପାରେ ଫାଇବର ଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ୍ ଏ, ସି ସହ ଆଣ୍ଟିିଅକ୍ସିଡାଣ୍ଟର ଗୁଣ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଡାକ୍ତରମାନେ କହିଛନ୍ତି ।
Powered by Froala Editor