କୋଭାକ୍ସିନ’ ଟିକା ନେଇଥିଲେ ଉପୁଜିପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ‘କୋଭାକ୍ସିନ’ର ଦୁଇଟି ଡୋଜ ଟିକା ନେଇଥିଲେ ମଧ୍ୟ ବିଦେଶ ଯାତ୍ରା ନେଇ ଉପୁଜିପାରେ ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ର ଟିକା ତାଲିକାରେ ଏ ପର୍ଯ୍ୟନ୍ତ ‘କୋଭାକ୍ସିନ’ ସାମିଲ ହୋଇନାହିଁ । ତେଣୁ ଟିକା ନେଇଥିଲେ ମଧ୍ୟ ଅନେକ ଦେଶ ଏହି ବ୍ୟକ୍ତିମାନଙ୍କୁ ନିଜ ଦେଶରେ ଅନୁମତି ନ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅନେକ ଦେଶ ନିଜର ଟିକା ନିୟନ୍ତ୍ରଣ କର୍ତୃପକ୍ଷ କିମ୍ବା ‘ହୁ’ର ଜରୁରୀକାଳୀନ ତାଲିକାରେ ଥିବା ଟିକାକୁ ବିଚାରକୁ ନେଉଛନ୍ତି । ଯେହେତୁ ‘କୋଭାକ୍ସିନ’ ଏହି ତାଲିକାରେ ନାହିଁ, ତେଣୁ ଭାରତୀୟଙ୍କୁ ବିଦେଶ ଯାତ୍ରାରେ ବାଧାକ ସାଜିପାରେ । ତେବେ ଭାରତ-ବାଇଓଟେକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ୍’ ନିକଟରେ ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ବା ଇଓଆଇ ‘ହୁ’ରେ ଦାଖଲ କରିଛି । ହେଲେ ଏଥିପାଇଁ ଅଧିକ କାଗଜପତ୍ରର ଆବଶ୍ୟକତା ଥିବା ‘ହୁ’ ଦର୍ଶାଇଛି । ମେ’, ଜୁନ୍ ମାସରେ ଏହାର ବୈଠକ ରହିଛି । କମ୍ପାନି ଟିକା ସଂପର୍କିତ ଡସିଅର ଦାଖଲ କରିବାକୁ ହେବ । ତେବେ ‘ହୁ’ର ଟିକା ତାଲିକାରେ ସାମିଲ ହେବା ଲାଗି ‘କୋଭାକ୍ସିନ’କୁ କିଛି ସପ୍ତାହ ଲାଗିପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ‘ହୁ’ର ଏ ପର୍ଯ୍ୟନ୍ତ ଜରୁରୀକାଳୀନ ତାଲିକାରେ ସିରମ ଇନଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ‘କୋଭିସିଲଡ’, ମଡର୍ଣ୍ଣା, ଫାଇଜର, ଆଷ୍ଟ୍ରାଜେନିକା, ଜନସନ (ଆମେରିକା ଓ ନେଦରଲାଣ୍ଡ) ଓ ସିନୋଫାର୍ମ / ବିବିଆଇପି ରହିଛି ।
Powered by Froala Editor