ମୋବାଇଲ୍ ଚାର୍ଜ ବେଳେ ଏପରି ଉପାୟ ଆପଣାନ୍ତୁ, ଦୀର୍ଘ ଦିନ ଖରାପ ହେବନି

ଏବେ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ । ପିଲାଠୁ ବୁଢ଼ା ସଭିଙ୍କ ପାଇଁ ଏହା ଜରୁରି ହୋଇପଡ଼ିଛି । ଯୁବପିଢ଼ିମାନେ ଅତ୍ୟାଧୁନିକ ଓ ଅଧିକ ଫିଚର୍ ଥିବା ମୋବାଇଲ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । କିଛି ଜଣ ଦାମୀ ଫୋନ୍ କିଣି ସଉକ ଦେଖାଇବାକୁ ପଛାଉ ନାହାନ୍ତି । ହେଲେ ଅଧିକାଂଶଙ୍କୁ ଏହାର ଉଚିତ୍ ବ୍ୟବହାର ଜଣାନାହିଁ । ଫଳରେ ମୋବାଇଲ୍ ଫୋନ୍ ଗୁଡ଼ିକ କମ୍ ଦିନରେ ଖରାପ ହୋଇଯାଉଛି । ଆଉ ଏହାପରେ ସେମାନେ ମନ ଦୁଃଖ କରୁଛନ୍ତି । ଅଯଥାରେ ଏ କମ୍ପାନି ଖରାପ, ସେ ଫୋନ୍ ଭଲ ପଡ଼ୁଛି..ଏଭଳି ଅନେକ କିଛି କହି ବୁଲୁଛନ୍ତି । ମାତ୍ର ସାମାନ୍ୟ ଉପାୟ ଆପଣାଇଲେ ଆପଣଙ୍କ ଫୋନ୍ ନିଶ୍ଚିତ ଭାବେ ଦୀର୍ଘ ସ୍ଥାୟୀ ହେବ । ଜାଣନ୍ତୁ କିପରି କରିବେ ମୋବାଇଲ୍ ଚାର୍ଜ...
-ଭୁଲ୍ରେ ବି ମୋବାଇଲ୍କୁ ୧୦୦ ପ୍ରତିଶତ ଚାର୍ଜ କରନ୍ତୁ ନାହିଁ । ଏହାଦ୍ୱାରା ଖୁବ୍ ଶୀଘ୍ର ବ୍ୟାଟେରି ଖରାପ ହୋଇଯାଏ । ବ୍ୟାଟେରିକୁ ୮୦-୮୫% ଚାର୍ଜ କରିବା ଉଚିତ୍ । ୪୦-୮୦ ପ୍ରତିଶତ ଚାର୍ଜ ସବୁଠୁ ଭଲ ।
- ରାତିସାରା ମୋବାଇଲକୁ ଚାର୍ଜ କରନ୍ତୁ ନାହିଁ । ଏଭଳି କଲେ ବ୍ୟାଟେରି ଅତ୍ୟଧିକ ଗରମ ହୋଇ ଜଲଦି ଖରାପ ହେବାର ଆଶଙ୍କା ଅଧିକ ରହିଛି । ଜୀବନ ପ୍ରତି ବିପଦ ମଧ୍ୟ ହୋଇଥାଏ ।
-ଗରମ ସ୍ଥାନରେ ଭୁଲରେ ମଧ୍ୟ ମୋବାଇଲ ରଖି ଚାର୍ଜ କରନ୍ତୁ ନାହିଁ ।
-ଚାର୍ଜରେ ଥିବାବେଳେ ମୋବାଇଲ ବ୍ୟବହାର ନକରିବା ଉଚିତ୍ ।
-ଅଧିକାଂଶ ସମୟରେ ଲୋକେ ଫୋନକୁ ଯେ କୌଣସି ଚାର୍ଜରେ ଲଗାଇଦିଅନ୍ତି । ଏହା ସବୁଠୁ ବଡ଼ ଭୁଲ୍ । ଏହାଦ୍ୱାରା ମୋବାଇଲ୍ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ସବୁବେଳେ ମୋବାଇଲକୁ ଅରିଜିନାଲ ଚାର୍ଜରରେ ଚାର୍ଜ କରନ୍ତୁ ।
-୨୦ ପ୍ରତିଶତରୁ କମ୍ ହେବା ପୂର୍ବରୁ ବାରମ୍ବାର ଚାର୍ଜରେ ଲଗାଇବା ଠିକ୍ ନୁହେଁ । ସେହିଭଳି ୧୦ ପ୍ରତିଶତରୁ କମ୍ ଚାର୍ଜରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଖରାପ ହୋଇଥାଏ । ଏଭଳି କିଛି ଉପାୟ ଆପଣାଇଲେ ଦେଖିବେ ନିଶ୍ଚିତ ଭାବେ ଆପଣଙ୍କ ମୋବାଇଲ୍ ଫୋନ୍ ଅଧିକ ଦିନ ଯିବ । ଆଉ ବ୍ୟାକଅପ୍ ମଧ୍ୟ ଭଲ ରଖିବ ।
Powered by Froala Editor