ଟିକା ନେଲେ କେତେ ଦିନ ସୁରକ୍ଷିତ ରହିବେ ଜାଣନ୍ତୁ

ନୁ୍ୟୟର୍କ: କୋଭିଡ ଟିକାର ପ୍ରଭାବ ଯଦିଓ ଜଣେ ହିତାଧିକାରୀଙ୍କ ଠାରେ ଦିନେ ନା ଦିନେ ଫିକା ହୋଇଯିବ ତେବେ ଏହା କେତେ ଦିନ ଯାଏ କାଏମ ରହିବ ସେ ବିଷୟରେ ବିଶେଷଜ୍ଞମାମନେ କିଛି ନିଶ୍ଚିତ କରି କହିପାରୁନାହାନ୍ତି । ଗତ ଶୀତ ଋତୁରେ ଟିକା ନେଇଥିବା ଲୋକଙ୍କ ଠାରେ ରୋଗପ୍ରତିରୋଧକତା ପ୍ରଥମ ଲହର ସଂକ୍ରମଣର ଶେଷ ଯାଏ ବଳବତ୍ତର ରହିବ ଏବଂ ସେତେବେଳକୁ ଟିକାର ଏକ ପରିବର୍ଦ୍ଧକ(ବୁଷ୍ଟର) ମାତ୍ରା ଆସିଯାଇଥିବ ବୋଲି ଆଶା କରାଯାଉଥିଲା । ସୁତରାଂ ନିଜ ଦେହରେ କରୋନାଭୂତାଣୁ ବିରୋଧୀ ଆଣ୍ଟିବଡି ବିକଶିତ ହୋଇପାରିଛି ନା ନାହିଁ ସେଥିପାଇଁ ମଧ୍ୟ ଅନେକ ବ୍ୟସ୍ତ ହୋଇ ନମୁନା ପରୀକ୍ଷା କରିବାକୁ ମନ ବଳାଇଥିଲେ । ମାତ୍ର କୌଣସି କର୍କଟ ପୀଡ଼ିତ କି ରୋଗପ୍ରତିରୋଧକ ପ୍ରଣାଳୀରେ ବ୍ୟତିକ୍ରମ ଦେଖାଦେଇଥିବା ରୋଗୀଙ୍କ କ୍ଷେତ୍ରରେ ତାହା ପରୀକ୍ଷା କରାଇବା ସେତେ ସୁବିଧାଜନକ ନୁହେଁ । ତେବେ ଏଣିକି ଜଣେ ନିଜ ଶରୀରରେ ଆଣ୍ଟିବଡି ବିକାଶ ସମ୍ପର୍କରେ ଜାଣିବା ପାଇଁ ନମୁନା ପରୀକ୍ଷଣ କରାଇବା ସମ୍ଭବ ବୋଲି ଡାନା-ଫାର୍ବର କର୍କଟ ପ୍ରତିଷ୍ଠାନର ମୁଖ୍ୟ ଭେଷଜ ଅଧିକାରୀ କ୍ରେଗ ବନ୍ନେଲ କହିଛନ୍ତି । ଏହି ଖବର ଯେତିକି ସୁଖଦାୟକ ତାଠାରୁ ଅଧିକ ଦୁଃଖଦାୟକ ସୂଚନା ହେଲା ଉକ୍ତ ପରୀକ୍ଷଣରୁ ମିଳିଥିବା ଫଳାଫଳରୁ ସେଭଳି ନିର୍ଦ୍ଧିଷ୍ଟ ଭାବେ ପୂର୍ବାନୁମାନ କରିନପାରିବା ବୋଲି ସେ କହିଛନ୍ତି । ଅବଶ୍ୟ କୌଣସି ବି କୋଭିଡ ଟିକା ଅତି କମରେ ୬ ମାସ ଯାଏ ସୁରକ୍ଷା ଯୋଗାଇପାରିବ ବୋଲି ବିଶେଷଜ୍ଞମାନଙ୍କ ମତ । ମାତ୍ର ଏହି ଛଅ ମାସ ପରେ ଏହି ସୁରକ୍ଷା ଆଉ କେତେ ଦିନ ରହିପାରିବ ସେ ସମ୍ପର୍କରେ ଭୂତାଣୁବିଶେଷଜ୍ଞମାନେ ନିରବ ।
Powered by Froala Editor