ବିଦେଶ ଯାତ୍ରା କରିବାକୁ ହେଲେ କୁ୍ୟଆର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ ହେଲେ କୁ୍ୟଆର ବାଧ୍ୟତାମୂଳକ ଭାବେ ରଖିବାକୁ ପଡ଼ିବ । ରିପୋର୍ଟଟି ଜାଲ ନୁହେଁ ଅସଲି ବୋଲି ପ୍ରମାଣ କରିବା ଲାଗି କୁ୍ୟଆର କୋର୍ଡ ଥିବା ରିପୋର୍ଟକୁ ବ୍ୟବହାର କରାଯାଉଛି । କିଛି ଯାତ୍ରୀ ଜାଲ ଆରଟି ପିସିଆର ନେଗେଟିଭ ରିପୋର୍ଟ ଧରି ଯାତ୍ରା କରିବା ଭଳି ମାମଲା ସାମ୍ନାକୁ ଆସିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଯେଉଁ ଦେଶକୁ ଯାତ୍ରା କରିବା ଲାଗି ଆରଟି ପିସିଆର ରିପୋର୍ଟ ଦେଖାଇବା ଜରୁରୀ କେବଳ ସେହି ଦେଶର ବିମାନ ବନ୍ଦରରେ ଯାତ୍ରୀମାନେ ଏହି ରିପୋର୍ଟକୁ ଦେଖାଇବେ । ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଗାଇଡଲାଇନ ଜାରି କରାଯାଇଛି । ଯେଉଁ ଯାତ୍ରୀମାନଙ୍କ ପାଖରେ କୁ୍ୟଆର କୋଡ ଥିବା ଆରଟି ପିସିଆର ନେଗେଟିଭ ରିପୋର୍ଟ ରହିଛି କେବଳ ସେମାନଙ୍କୁ ଯାତ୍ରା କରିବାର ସୁବିଧା ଦେବା ଲାଗି ବିମାନ ଚଳାଚଳ କରୁଥିବା ସଂସ୍ଥାଗୁଡ଼ିକୁ ସରକାର କହିଛନ୍ତି । ଏହି ନିୟମକୁ ଚଳିତ ମାସ ୨୨ ତାରିଖରୁ ଲାଗୁ କରାଯାଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ତରଫରୁ ଏ ନେଇ ଯାତ୍ରୀମାନଙ୍କୁ ଅବଗତ କରାଯାଇଛି ।
Powered by Froala Editor