ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଦବଙ୍ଗଗିରି : ଯୁବକଙ୍କୁ ଚାପୁଡା ମାରିଥିଲେ, ମୁଖ୍ୟମନ୍ତ୍ରୀ ନେଲେ କଡ଼ା ପଦକ୍ଷେପ

ପ୍ରଶାସନ କରୋନା ସଂକ୍ରମଣ କମାଇବାକୁ କଟକଣା ଲାଗୁ କରିଛନ୍ତି । ହେଲେ ଲୋକଙ୍କ ଉପରେ ଶକ୍ତ ବ୍ୟବହାର କରିବାକୁ ମନା କରିଛନ୍ତି । ତାସତ୍ତ୍ୱେ ଛତିଶଗଡରେ ଦେଖିବାକୁ ମିଳିଛି ହତୋତ୍ସାହିତ କଲା ଭଳି ଘଟଣା । ଛତିଶଗଡ ସୁରଜପୁରର ଜିଲ୍ଲାପାଳ ରଣବୀର ଶର୍ମା ନିଜ ପଦର ଅପବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ହୋଇଛି । ସୁରଜପୁରର ସହର ଦେଇ ଯାଉଥିବା ଜଣେ ଯୁବକ ଲକଡାଉନ ନିୟମ ଉଲ୍ଲଘଂନ କରିଥିବାବେଳେ ସେ ତାକୁ ଅଟକାଇ ଚାପୁଡା ମାରିଥିଲେ । ଏପରିକି ତାର ମୋବାଇଲ ଫୋପାଡି ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା କଲେକ୍ଟର ଉକ୍ତ ବ୍ୟକ୍ତିଙ୍କୁ ନିଜ ଅସଦାଚରଣ ଲାଗି ଭୁଲ୍ ମାଗିଥିଲେ। ତେବେ ଏହି ଘଟଣା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରବିବାର ଦିନ ନିଷ୍ଠୁର ବ୍ୟବହାର ପାଇଁ ସୁରଜପୁରର ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରିଛନ୍ତି।
ଘଟଣା ଅନୁଯାୟୀ, ଜିଲ୍ଲାପାଳ ରଣବୀର ଶର୍ମା ସୁରଜପୁର ସହର ଦେଇ ଯାଉଥିବା ବେଳେ ଜଣେ ଯୁବକଙ୍କ ଲକଡାଉନ୍ ମଧ୍ୟରେ ଗାଡି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ନିଜ ଗାଡି ଅଟକାଇ ଯୁବକଙ୍କୁ ବାହାରକୁ ବାହାରିବାର କାରଣ ପଚାରିଥିଲେ । ଯୁବକ ଜଣକ ଔଷଧ କିଣିବାକୁ ବାହାରିଥିବା କହିଥିଲେ । ଯୁବକଙ୍କ କଥା ଶୁଣିବା ପରେ ଜିଲ୍ଲାପାଳ ଚାଲିଯାଇଥିଲେ । ତେବେ ଗାଡି ନିକଟରୁ ଫେରି ଆସି ସେ ଯୁବକଙ୍କୁ ମେଡିସିନ୍ ପ୍ରେସକ୍ରିପସନ ଦେଖାଇବାକୁ କହିଥିଲେ । ଆଉ ମଧ୍ୟ ଯୁବକଙ୍କ ଫୋନ୍ ମାଗି ତଳକୁ ଫୋପାଡି ଭାଙ୍ଗି ଦେଇଥିଲେ । ଯୁବକ ଜଣକ ଭିଡିଓ ସୁଟିଂ କରୁଥିବା ଜିଲ୍ଲାପାଳ ଅଭିଯୋଗ କରିଥିଲେ । ତେବେ ଯୁବକ ସେ ଭିଡିଓ ସୁଟିଂ କରୁନଥିବା କହିଥିଲେ । ଏହାପରେ ଜିଲ୍ଲାପାଳ ନିଜେ ଯୁବକଙ୍କୁ ଚାପୁଡା ମାରିବା ସହିତ ପାଖରେ ଥିବା ସିପାହୀଙ୍କୁ ଯୁବକଙ୍କୁ ମାରିବା ପାଇଁ କହିଥିଲେ । ଏହି ଘଟଣାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲେ ।
ଏହି ଘଟଣା ପରେ ପୁଣି ସ୍ଥାନୀୟ ଏସ୍ଡିଏମ୍ ମଧ୍ୟ ସମାନ ଭୁଲ୍ ଦୋହରାଇଛନ୍ତି । ଏସ୍ଡିଏମ୍ ପ୍ରକାଶ ସିଂ ରାଜପୁତ ଲକ୍ଡାଉନ୍ ସମୟରେ ଜିଲ୍ଲାପାଳଙ୍କ ଷ୍ଟାଇଲ୍ରେ ଜଣେ ଯୁବକଙ୍କକୁ ଚଟକଣି ମାରିବା ସହିତ ବସଉଠ କରାଇଛନ୍ତି। ଏହାର ୨୭ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଟୁଇଟୁର ହ୍ୟାଣ୍ଡେଲ୍ରେ ଅପଲୋଡ୍ କରାଯାଇଛି। ଜିଲ୍ଲାପାଳ ଭିଡ଼ିଓ ଭାଇରାଲ ହେବାପରେ କ୍ଷମା ମାଗିଥିଲେ। ମାତ୍ର ଏସ୍ଡିଏମ୍ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।
Powered by Froala Editor