ଘରେ ଶୋଇଥିବା ବେଳେ ଲାଗିଲା ନିଆଁ, ୫ଜଣ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କାନପୁରରେ ଝୁମ୍ପୁଡି ଘରେ ଶୋଇଥିବା ବେଳେ ନିଆଁ ଲାଗି ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୩ଟି ପିଲା ଥିବା କଥା କୁହାଯାଇଛି ।
ଶନିବାର ରାତି ଗୋଟଏ ବେଳେ ପରିବାର ଲୋକଙ୍କ ସହ ଝୁମ୍ପୁଡିରେ ଶୋଇଥିବା ବେଳେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ହେଲେ ନିଦ କାରଣରୁ କେହି କିଛି ଜାଣିପାରି ନଥିଲେ । ନିଆଁ ପୁରା ଘରକୁ କବଜା କରିବା ପରେ ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲେ ବି ତା ଭିତରୁ ଆଉ ବାହାରିବା ସମ୍ଭବ ହୋଇ ନଥିଲା । କୌଣସି ପରିସ୍ଥିତିରେ ଜଣେ ବୟସ୍କ ମହିଳା ଓ ଜଣେ ଶିଶୁଙ୍କୁ ନିଆଁ ଭିତରୁ ଉଦ୍ଧାର କରାଯାଇଥିଲା । ହେଲେ ସେମାନଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ପୋଡି ଯାଇଥିଲେ ବି ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।ନିଆଁରେ ଯେତେବେଳେ ସାରା ପରିବାର ଜଳୁଥିଲା ସେତେବେଳେ ଗାଁରେ ଏକ ବାହାଘର ଭୋଜି ଚାଲିଥିଲା । ନିମନ୍ତ୍ରଣରେ ଆସିଥିବା ଲୋକମାନେ ଭୋଜି ଖାଇ ଯାଉଥିବା ବେଳେ ଏହି ନିଆଁଲାଗିବା କଥା ଜାଣିପାରିଥିଲେ । ଏହାପରେ ଗାଁ ଲୋକ ଓ ସ୍ଥାନୀୟ ଲୋକମାନେ ମିଶି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ।
Powered by Froala Editor