ଦିଲ୍ଲୀରେ ୭ ଦିନ ଲକଡାଉନ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ବିଭିନ୍ନ ସତର୍କତାମୂଳକ ପଧକ୍ଷେପ ସତ୍ତ୍ୱେ କରୋନା ସଂକ୍ରମଣ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ତେବେ କରୋନା ଚେନକୁ ଭାଙ୍ଗିବା ପାଇଁ ଜାରି କରାଯାଇଥିବା ଲକଡାଉନ ଅବଧିକୁ ଦିଲ୍ଲୀ ସରକାର ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଆଉ ୭ ଦିନ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢିଛି । ସବୁଠୁ ବଡ଼ କଥା ହେଲା ମେ’ ୩୧ ପରେ ଅନଲକ ଆରମ୍ଭ ହେବା ନେଇ ସୂଚନା ମିଳିଛି । ପର୍ଯ୍ୟାୟ ଭିତ୍ତିରେ ଅନଲକ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ଅନ୍ୟପକ୍ଷରେ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ପଜିଟିଭିଟି ୨.୫ ପ୍ରତିଶତକୁ କମି ଆସିଛି । ଗତ ୨୪ ଘଣ୍ଟାରେ କେବଳ ୧୬୦୦ ପଜିଟିଭ ଚିହ୍ନଟ ଆଶା ଦେଇଛି ବୋଲି କେଜ୍ରିୱାଲ କହିଛନ୍ତି ।
Powered by Froala Editor