ଦେଶରେ କରୋନା ନେଲା ୩୭୪୧ ଜୀବନ
ନୂଆଦିଲ୍ଳୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହାରି ଭିତରେ ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ । ୩ ହଜାର ୭୪୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୩ଲକ୍ଷ ୫୫ ହଜାର ୧୦୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ରେ ପହଂଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୯ ହଜାର ୨୬୬ ରହିଛି । ଦେଶରେ ସକ୍ରିୟ ସଂକ୍ରମିତ ସଂଖ୍ୟା ରହିଛି ୨୮ ଲକ୍ଷ ୫ ହଜାର ୩୯୯ । ସେହିପରି ମୋଟ ସୁସ୍ଥ ସଂଖ୍ୟା ରହିଛି ୨କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ।
Powered by Froala Editor