ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ହେବ ସମୀକ୍ଷା ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ସଂଧ୍ୟା ୫ଟାରେ ସମୀକ୍ଷା ବୈଠକ କରିବେ | ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିସନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ କରୋନା ସଂକ୍ରମଣ ମୁକାବିଲା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ କିଛି ସ୍ଵତନ୍ତ୍ର ଆକ୍ସନ ପ୍ଲାନ ନିଆଯାଇପାରେ ବୋଲି କୁହାଯାଉଛି।
ଏହିଠାରେ ସୂଚନା ଯେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ପୁଣି ୫୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ଥାନୀୟ ସଂସ୍ପର୍ଶରେ ଆସି ୨୪୬ ଜଣ ସଂକ୍ରମିତ ହୋଇଥିବାବେଳେ ୩୪୨ ଜଣ କ୍ୱାରେଂଟାଇନରେ ଅଛନ୍ତି । ଆଜିର ଏହି ସମୀକ୍ଷା ବୈଠକରେ ପରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।