ନିଷ୍ଠୁର ହେଲା କୁମ୍ଭୀର, ସାଥୀ କୁମ୍ଭୀରର ମୁଣ୍ଡ ଛିଣ୍ଡେଇଦେଲା
ସାଙ୍ଗ ଯଦି ଶତ୍ରୁ ହୁଏ ତେବେ କ’ଣ କରାଯିବ । ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକି ଅତ୍ୟନ୍ତ ହୃଦୟ ବିଦାରକ । ଭାଇରାଲ ଭିଡିଓରେ ଏକ ପୋଖରୀ ଦେଖିବାକୁ ମିଳୁଛି। ଏକ ବିଶାଳକାୟ କୁମ୍ଭୀର ଆଉ ଏକ ସାଥୀ କୁମ୍ଭୀର ଉପରେ ଆକ୍ରମଣ କରୁଛି। କୁମ୍ଭୀରକୁ ଧରିବା ମାତ୍ରେ ତା'ର ମୁଣ୍ଡଟି କଟି ଯାଉଛି। ଭିଡିଓଟି @natureslethal ନାମକ ଏକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି।
ଭିଡିଓରେ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି ଯେ ସେମାନେ ମଧ୍ୟ ମଣିଷ ପରି ପରସ୍ପରକୁ ହତ୍ୟା କରିବାକୁ ଆଗ୍ରହୀ ଅଟନ୍ତି।
Powered by Froala Editor