ଫ୍ଲାଇଟ ମିସ୍ ହୋଇଯିବା ଭୟରେ ବୋମା ଆତଙ୍କ ଖେଳାଇଲେ ଏହି ବ୍ୟକ୍ତି

ଚେନ୍ନାଇ-ହାଇଦ୍ରବାଦ ଯାଉଥିବା ଏକ ବିମାନରେ ବୋମା ଥିବା କହି ଫୋନ କରିବା ବ୍ୟକ୍ତିଙ୍କ ମହଙ୍ଗା ପଡିଛି। ଫ୍ଲାଇଟ୍ ମିସ୍ କରିବା ଭୟରେ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ତେବେ ବିମାନବନ୍ଦର ସୁରକ୍ଷାରେ ଥିବା ଟିମ୍ ବିମାନ ଯାଞ୍ଚ କରି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଥିଲେ।
ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରେ ଏହାର ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ତୁରନ୍ତ ଯାତ୍ରୀବାହୀ ବିମାନଟିର ଯାଞ୍ଚ କରାଯାଇଥିଲା। କିନ୍ତୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ କୌଣସି ବୋମା ମିଳିନଥିଲା। ବିମାନରେ ବୋମା ଥିବା ଖବର ହାଇଦ୍ରାବାଦରୁ ଫୋନ୍ ଯୋଗେ ଆସିଥିଲା। କିନ୍ତୁ ବୋମା ନ ମିଳିବା ପରେ ଭୟରେ ଥିବା ଯାତ୍ରୀମାନେ ଆଶ୍ୱସ୍ତି ହୋଇଥିଲେ। ଏହାପରେ ବିମାନଟି ପୁଣିଥରେ ଉଡାଣ ଭରିଛି।
Powered by Froala Editor