ତାମିଲନାଡୁରେ ଜବତ ହେଲା ୪୨୮ କୋଟିର ସୁନା ଓ ନଗଦ ଟଙ୍କା

ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉରେ ୪୨୮ କୋଟିର ସୁନା ଓ ନଗଦ ଟଙ୍କା ଜବତ ହୋଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏଥିସହିତ ବିପୁଳ ପରିମାଣର ମଦ ମଧ୍ୟ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ସାଢ଼େ ୨୨୫ କୋଟିର ନଗଦ ଟଙ୍କା ଓ ୧୭୬.୧୧ କୋଟି ଟଙ୍କା ମୂଲ୍ୟର ସୁନା ରହିଥିବା ଜଣାଯାଇଛି । ଭୋଟଗ୍ରହଣର ପୂର୍ବ ୭୨ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ଓ ବଡ଼ି ଭୋର ପାଟ୍ରୋଲିଂକୁ କଡ଼ାକଡ଼ି କୀାଯାଇଛି । ଫଳସ୍ୱରୂପ ଗତ ୨୪ ଝଣ୍ଟା ଭିତରେ ରାଣୀପେଟ ଜିଲ୍ଲାରୁ ନଗଦ ୯୧.୫୬ ଲକ୍ଷ, ଚେନ୍ନାଇର ଥାଉଜାଣ୍ଡ ଲାଇଟସ ବିଧାନସଭା ମଣ୍ଡଳୀରୁ ୧.୨୩ କୋଟି ଓ ସଲେମର ବୀରାପାଣ୍ଡି ଅଞ୍ଚଳରୁ ୧.୧୫ କୋଟି ଜବତ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି ।