ଅଓ୍ବେଶୀଙ୍କ ବାସଭବନ ଉପରେ ଆକ୍ରମଣ: ପଥର ଫିଙ୍ଗି ଝରକା ଭାଙ୍ଗିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ପୁଣି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅଓ୍ବେଶୀଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଆକ୍ରମଣ ହୋଇଛି। ଦିଲ୍ଲୀ ପୋଲିସ କହିଛି ଯେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଥର ଫିଙ୍ଗି ଝରକା ଭାଙ୍ଗିଥିଲେ। ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ଅଶୋକ ରୋଡ ଅଞ୍ଚଳରେ ଥିବା ଅଓ୍ବେଶୀଙ୍କ ବାସଭବନରେ ଏହି ଘଟଣା ଘଟିଥିଲା। ଏହି ଆକ୍ରମଣ ପରେ ଅଓ୍ବେଶୀ ଦାବି କରିଛନ୍ତି ଯେ ୨୦୧୪ ପରଠାରୁ ତାଙ୍କ ବାସଭବନ ଉପରେ ୪ଥର ଆକ୍ରମଣ ହୋଇସାରିଛି।
ଅଓ୍ବେସୀ ସୋସିଆଲ ମିଡିଆରେ ଭଙ୍ଗା ଝରକାର ଏକ ଫଟୋ ପୋଷ୍ଟ କରି ଦେଖାଇ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି। ତେବେ ଏନେଇ ପୋଲିସରେ ଅଭିଯୋଗ ହୋଇଛି ଏବଂ ସେମାନେ ବାସଭବନରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି ବୋଲି କହିଛନ୍ତି ଅଓ୍ବେଶୀ।
ଅଓ୍ବେଶୀ ତାଙ୍କ ଅଭିଯୋଗରେ ପୁଣି ଦର୍ଶାଇଛନ୍ତି ଯେ,’ମୋ ଉପରେ ଏହା ୪ର୍ଥ ଥର ‘ଆକ୍ରମଣ ହୋଇଛି। ମୋ ଘର ଚାରିପାଖରେ ସିସିଟିଭି କ୍ୟାମେରା ଲାଗିଛି। ତେବେ ଏହି ଫୁଟେଜ ଆଧାରରେ ମୁଁ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଯିବି।’ ଅଓ୍ବେଶୀ ପୁଣି କହିଛନ୍ତି, ଘଟଣାକୁ ନେଇ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବା ଆବଶ୍ୟକ ଏବଂ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ଆବଶ୍ୟକ।
Powered by Froala Editor