ଆଇ ଫୋନ ପାଇଁ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟା କଲା ଯୁବକ

ବେଙ୍ଗାଲୁର : କର୍ଣ୍ଣାଟକରୁ ଏମିତି ଏକ ଖବର ଆସିଛି, ଯାହାକି ଆପଣଙ୍କୁ ଚକିତ କରିଦେବ । ଆଇ ଫୋନ ପାଇଁ ଜଣେ ଯୁବକ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟା କରିଦେଇଛି । ହତ୍ୟା କରିବା ପରେ ଡେଲିଭରି ଏଜେଣ୍ଟର ମର ଶରୀରକୁ ଅଖାରେ ପୂରାଇ ଘରେ ରଖିଥିଲା । ତିନି ଦିନ ପରେ ନିକଟସ୍ଥ ରେଲୱେ ଟ୍ରାକରେ ମର ଶରୀରକୁ ଜାଳିଦେଇଥିଲା ଅଭିଯୁକ୍ତ । ତେବେ ସିସିଟିଭି ସବୁ ଧରା ପକାଇ ଦେଇଥିଲା । ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତ ଯେଉଁ ଯୋଜନା କରିଥିଲା, ତାହା ପଣ୍ଡ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ଜଣେ ୨୦ ବର୍ଷୀୟ ଯୁବକ ହେମନାଥ ଦତ୍ତ ଅନଲାଇନରେ ଏକ ଆଇ ଫୋନ ଅଡର଼୍ର କରିଥିଲେ । ଗତ ୭ ତାରିଖ ଦିନ ଇକାର୍ଟ ଡେଲିଭରି ଏଜେଣ୍ଟ ହେମନାଥ ନାୟକ ଆଇଫୋନ ଡେଲିଭରି ଦେବାକୁ ଆସିଥିଲେ । ତେବେ ହେମନାଥ ଟଙ୍କା ନଦେଇ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ମର ଶରୀରକୁ ଏକ ଅଖାରେ ପୂରାଇ ଘରେ ରଖିଥିଲା । ତିନି ଦିନ ପରେ ଅଭିଯୁକ୍ତ ମର ଶରୀରକୁ ନେଇ ରେଲୱେ ଟ୍ରାକରେ ଜାଳି ଦେଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଏମିତିକି ପେଟ୍ରୋଲ ପକାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା ।
ମୃତକଙ୍କ ଭାଇ ମଞ୍ଜୁ ନାୟକ ଏକ ନିଖୋଜ ମାମଲା ରୁଜୁ କରିବା ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା । ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଏକ ସିସିଟିଭି ଫୁଟେଜରୁ ପ୍ରମାଣ ମିଳିଥିଲା । ହେମନାଥ ଦତ୍ତ ଏକ ଟୁ ହୁଲରରେ ମର ଶରୀରକୁ ରେଲୱେ ଟ୍ରାକକୁ ନେଇଥିବା ଦେଖିବାକୁ ମିଳିଥିଲା । ଏମିତିକି ପେଟ୍ରୋଲ ଟାଙ୍କିରୁ ବୋତଲରେ ପେଟ୍ରୋଲ କିଣିଥିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା ।
Powered by Froala Editor