ଉହାନର ବିଶେଷଜ୍ଞଙ୍କ ଦାବି : ପୁରୁଷଙ୍କୁ ନପୁଂସକ କରୁଛି କରୋନା

କରୋନା ଏବେବି ସମ୍ପୂର୍ଣ୍ଣ ଭାବେ ଯାଇନି । ଟିକାକରଣ ଜାରି ରହିଛି । ତାଭିତରେ ଏକ ବଡ କଥା ସାମ୍ନାକୁ ଆସିଛି । କରୋନା ପାଇଁ ପୁରୁଷଙ୍କ ସେକ୍ସ ହରମୋନ ପ୍ରଭାବିତ ହେଉଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞମାନେ । କାରଣ ଏହି ଭାଇରସ ପୁରୁଷଙ୍କ ସେକ୍ସ ହରମୋନ ଉପରେ ପ୍ରଭାବ ପକାଉଛି । ସେମାନଙ୍କୁ ନପୁଂସକ କରୁଛି । ଏଭଳି ଦାବି କରିଛି ଉହାନର ଏକ ବିଶ୍ୱବିଦ୍ୟାଳୟ । ଭାଇରସ କାରଣରୁ ପୁରୁଷଙ୍କ ଅଣ୍ଡକୋଷ ଖରାପ ହେଉଛି ।
କରୋନା ଦ୍ୱାରା ସଂକ୍ରମିତ ୮୧ ଜଣ ପୁରୁଷଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣା ପଡିଛି । ଏହି ୮୧ପୁରୁଷଙ୍କ ବୟସ ୨୦ରୁ ୫୪ ବର୍ଷ ମଧ୍ୟରେ ଥିଲା । ଝାଙ୍ଗନାନ ହସ୍ପିଟାଲକୁ ଏଥିରେ ହୁବେଇ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ଫର ପ୍ରିନେଟର ଡାଇଗ୍ନୋସିସ୍ ଆଣ୍ଡ୍ ବାର୍ଥ୍ ହେଲ୍ଥର ବୈଜ୍ଞାନିକ ସାହାଯ୍ୟ କରିଥିଲେ ।
ଝାଙ୍ଗନାନ୍ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଅନୁସାରେ ରୋଗିଙ୍କ ଶରୀରରେ ଟେଷ୍ଟୋଷ୍ଟେରାନ ଓ ଲ୍ୟୁଟିନାଇସିଂ ହରମୋନର ଅନୁପାତ ବିଗୁଡିଛି ।ଯଦି T/LH ଅନୁପାତ ବିଗିଡେ ତେବେ ପୁରୁଷଙ୍କ ଅଣ୍ଡକୋଷ ଠିକ ଭାବେ କାମ କରିନଥାଏ । ସେଥିରେ ବିର୍ଯ୍ୟ ତିଆରି ହେବା କମିଯାଏ କିମ୍ବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ । ଏହା ସହ ସେକ୍ସ ହରମୋନରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥାଏ ।
ଯେଉଁ ପୁରୁଷଙ୍କ ଅଧ୍ୟୟନ କରାଯାଇଥିଲା ସେମାନଙ୍କ ଠାରେ T/LH ଅନୁପାତ ୦.୭୪ ଥିଲା । ଅର୍ଥାତ ସାମନ୍ୟ ସ୍ତରଠାରୁ କମ । ତେଣୁ କରୋନା ପ୍ରଭାବିତ ବ୍ୟକ୍ତିଙ୍କ ଠାରେ ଇମ୍ୟୁନିଟି ବଢାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଇମ୍ୟୁନିଟି ବଢିବା ଦ୍ୱାରା ବୋଧହୁଏ କିଛିଟା ପରିବର୍ତ୍ତନ ହୋଇପାରେ । ଏହାର ରିସର୍ଚ୍ଚ ଜାରି ରହିଛି ।
Powered by Froala Editor