ଏ ଜନ୍ମ ଜନ୍ମର ବନ୍ଧନ...ଛୋଟ ଭିଡିଓରେ ବଡ଼ ବାର୍ତ୍ତା ଦେଲେ ବୃଦ୍ଧ ଦମ୍ପତି

ଫେବ୍ରୁଆର ୧୪ରେ ସରିଛି ପ୍ରେମ ସପ୍ତାହ । କିଏ କେତେ ପ୍ରତିଶ୍ରୁତି ଦେଇଛନ୍ତି । କେତେ ଆଗକୁ ଯିବାକୁ କଥା ହୋଇଛନ୍ତି । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କ ହୃଦୟ ଜିତିଛି । ଭିଡ଼ିଓରେ ଦେଖିବାକୁ ମିଳୁଛି , ପରିଣତ ବୟସ ମହିଳା ଜଣଙ୍କ ସ୍ୱାମୀଙ୍କୁ ନିଜ ହାତରେ ଖୁବ୍ ସ୍ନେହ ଆଦରରେ ଖୁଆଇ ଦେଉଛନ୍ତି। ଆଉ ବୃଦ୍ଧ ସ୍ୱାମୀ ଜଣଙ୍କ ପେଟପୂରା ଖାଉଛନ୍ତି । ସତରେ କେତେ ଜୀବନ୍ତ , କେତେ ମର୍ମସ୍ପର୍ଶୀ ଏ ଦୃଶ୍ୟ । ଦୁହିଁଙ୍କର ଏହି ନିଆରା ପ୍ରେମ ସମସ୍ତଙ୍କ ହୃଦୟ ଛୁଇଁଛି । ଏହାକୁ ବୋଧେ କୁହନ୍ତି ପ୍ରକୃତ ପ୍ରେମ । ଯେଉଁଥିରେ ନାଁ ଅଛି କିଛି ଇଚ୍ଛା ନା ଆବିଳତା । ବିବାହର ପ୍ରକୃତ ମାନେ ଏମାନଙ୍କ ଭଲପାଇବାରୁ ଜଣାପଡୁଛି । ଜନ୍ମ ଜନ୍ମ ପାଇଁ ହାତ ଧରି ଚାଲିବାର ପ୍ରତିଶ୍ରୁତି ଏଇ କିଛି ମିନିଟର ଭିଡିଓ ଦେଖିଲେ ଜଣାପଡୁଛି । ଏହି ଭିଡିଓକୁ ଯିଏ ଦେଖୁଛି ଲାଇକ୍ କରୁଛି । ୟୁଜର୍ସ କମେଣ୍ଟରେ ସୁପର ଯୋଡି ଲେଖୁଛନ୍ତି ତ କିଏ ଜନ୍ମ ଜନ୍ମ ର ସାଥୀ ଲେଖି କ୍ୟାପସନ ଛାଡୁଛନ୍ତି ।
Powered by Froala Editor