ହେରୋଇନ ଥିବା ଡ୍ରୋନ୍ ଖସାଇଲା ବିଏସ୍ଏଫ୍

ରବିବାର ପଞ୍ଜାବର ଗୁରୁଦାସପୁର ସୀମାରେ ପାକିସ୍ତାନୀ ଡ୍ରୋନକୁ ଖସାଇବାରେ ବିଏସଏଫ ସଫଳ ହୋଇଛି। ସର୍ଚ୍ଚ ଅପରେସନରେ ବିଏସଏଫ ଯବାନମାନେ ଡ୍ରୋନ ସହିତ ୪ଟି ପ୍ୟାକେଟ ହେରୋଇନ ଜବତ କରିଛନ୍ତି। ହେରାଇନର ଓଜନ ୨.୭୩୦ କିଲୋଗ୍ରାମ ବୋଲି କୁହାଯାଉଛି।
ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନା ନିର୍ମିତ ବୋଲି ଜଣାପଡ଼ିଛି। ଏହା ୯ କିଲୋଗ୍ରାମ ଭାର ସହିତ ଉଡିପାରେ। ପ୍ରାୟ ଏକ ମାସ ପୂର୍ବେ ପଞ୍ଜାବ ପୋଲିସ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟପଟେ ଜମ୍ମୁରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି ବିଏସଫ । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ ।
Powered by Froala Editor