୮ ମାସ ପରେ ସିନ୍ଦେଙ୍କୁ ମିଳିଲା ଶିବସେନା ମାନ୍ୟତା, ଉଦ୍ଧବ କହିଲେ ଆମର ଧନୁ ଚୋରି ହୋଇଛି

୮ ମାସ ତଳେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇଥିବା ଏକନାଥ ସିନ୍ଦେ ଏବେ ପ୍ରକୃତ ଶିବସେନା ମାନ୍ୟତା ପାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଆଜି ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁରେ ନାମିତ କରିବା ସହ ଦଳୀୟ ଚିହ୍ନ ଧନୁ-ତୀର ପ୍ରଦାନ କରିଛନ୍ତି। ସିନ୍ଦେ ଗୋଷ୍ଠୀ ସହ ଅଧିକାଂଶ ସଦସ୍ୟ ରହିଥିବାରୁ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି। ସିନ୍ଦେ ଆଣ୍ଡ କୋ ନିଜକୁ ପ୍ରକୃତ ଶିବସେନା କହିବା ସହ ଦଳର ନାଁ ଓ ନିର୍ବାଚନୀ ଚିହ୍ନ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ। ଏବେ ଏହା ସଫଳ ହୋଇଛି।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ଦଳର ନାମ, ଚିହ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶିବସେନାର ନିର୍ବାଚନ ପ୍ରତୀକ ବିଷୟରେ ସେ କହିଛନ୍ତି, ଆମର ଧନୁ ଚୋରି ହୋଇଛି କିନ୍ତୁ ଲୋକ ଆମ ସହିତ ଅଛନ୍ତି। ଉଦ୍ଧବ କହିଛନ୍ତି ଯେ, ସେମାନେ ଯେପରି ଧନୁ ଓ ତୀର ନେଇଛନ୍ତି, ସେହିପରି ମଶାଲ ମଧ୍ୟ ନେଇଯିବାକୁ ଚେଷ୍ଟା କରିବେ। ତେଣୁ ମଶାଲ ପ୍ରତୀକରେ ନିର୍ବାଚନ ଲଢ଼ି ସେମାନଙ୍କୁ ସାହସ ଦେଖାଇଦେବାକୁ ପଡିବ ।
Powered by Froala Editor