ରୁଦ୍ରାକ୍ଷ ମହୋତ୍ସବରେ ଦଳାଚକଟା, ୨ ମହିଳା ସମେତ ଶିଶୁ ମୃତ

ଶିବରାତ୍ରି ପାଇଁ ସବୁଠି ଗହଳି ଲାଗି ରହିଛି । ହେଲେ ମାଗଣା ରୁଦ୍ରାକ୍ଷ ପାଇବା ପାଇଁ ମଧ୍ୟପ୍ରଦେଶର ସେହୋର ଜିଲ୍ଲାର କୁବେରେଶ୍ୱର ଧାମରେ ଅସମ୍ଭବ ଭିଡ଼ ଜମିଛି। ଗତ ୨ ଦିନ ମଧ୍ୟରେ ଏହି ଧାମକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେମାନଙ୍କ ମଧ୍ୟରେ ୨ ମହିଳା ଓ ଜଣେ ୩ ବର୍ଷର ଶିଶୁ ଥିବା ଜଣାଯାଇଛି। ମହାରାଷ୍ଟ୍ରର ଜଣେ ମହିଳାଙ୍କର ଅତ୍ୟଧିକ ଭିଡ଼ ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଏହାପରେ ଜଣେ ୫୦ ବର୍ଷୀୟା ମହିଳା ଆଖି ବୁଜିଥିଲେ। ଏହାକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ରୁଦ୍ରାକ୍ଷ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ରୁଦ୍ରାକ୍ଷ ମହୋତ୍ସବରେ ଜଲଗାଓଁର ବିବେକ ବିନୋଦ ଭଟ୍ଟ ନିଜ ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ଗୁରୁବାର ରୁଦ୍ରାକ୍ଷ ମହୋତ୍ସବକୁ ଆସିଥିଲେ। ତାଙ୍କ ପୁଅର ଦେହ ପୂର୍ବରୁ ଅସୁସ୍ଥ ଥିଲା। ମହୋତ୍ସବ ସ୍ଥଳକୁ ଯିବା ନିମନ୍ତେ ପର୍ଯ୍ୟାପ୍ତ ଗାଡ଼ି ବ୍ୟବସ୍ଥା ନ ଥିବାରୁ ବହୁ ବାଟ ଚାଲିବାକୁ ପଡ଼ିଥିଲା। ଫଲରେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେଠାରେ ଆଇସିୟୁର ତାଙ୍କ ଚିକିତ୍ସା ଚାଲିଥିଲା। ମାତ୍ର ଅବସ୍ଥାରେ ସୁଧାର ହୋଇ ନ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor