ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ୍

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ପୁଣି ଥରେ ସମନ୍ କରିଛନ୍ତି। ରବିବାର ଦିନ ‘ସିବିଆଇ’ର ମୁଖ୍ୟାଳୟରେ ତାଙ୍କୁ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି। ଏନେଇ ଖୋଦ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ମନୀଷ କହିଛନ୍ତି ଯେ, ଅବକାରୀ ଦୁର୍ନୀତି ମାମଲାରେ ସେ ସବୁବେଳେ ସହଯୋଗ କରି ଆସିଛନ୍ତି ଓ କରିବେ ମଧ୍ୟ। ମୋ ଘରେ ଚଢ଼ାଉ କରାଯାଇଥିଲା, ବ୍ୟାଙ୍କ ଲକର ଖୋଜା ଯାଇଥିଲା କିନ୍ତୁ ମୋ ବିରୁଦ୍ଧରେ କୌଣସି ଜିନିଷ ମିଳି ନଥିଲା। ମୁଁ ଦିଲ୍ଲୀର ପିଲାମାନଙ୍କ ପାଇଁ ଭଲ ଶିକ୍ଷା ବ୍ୟବସ୍ଥା କରିଛି ଏବଂ ଏହି ଲୋକମାନେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ମୁଁ ସବୁବେଳେ ଅନୁସନ୍ଧାନରେ ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ ଜାରି ରଖିବି।
ସୂଚନାଯୋଗ୍ୟ, ପ୍ରାୟ ତିନି ମାସ ପୂର୍ବେ ‘ସିବିଆଇ’ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ, ଏହି ଚାର୍ଜସିଟ୍ରେ ନାମ ନ ଥିଲେ ବି ରବିବାର ଦିନ ଜେରା ପାଇଁ ସିସୋଦିଆଙ୍କୁ ସମନ୍ ପଠାଯାଇଛି। ଏହି ଚାର୍ଜସିଟ୍ରେ ନାମ ଥିବା ୭ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗିରଫ ହୋଇଥିବା ବ୍ୟବସାୟୀ ବିଜୟ ନାୟର ଏବଂ ଅଭିଷେକ ବୋଇନ୍ପାଲ୍ଲୀ।
Powered by Froala Editor