ଉତ୍ତର କୋରିଆରେ ରହିପାରିବେ ନାହିଁ ରାଷ୍ଟ୍ରପତି ଝିଅଙ୍କ ନାମଧାରୀ ଅନ୍ୟ କୌଣସି ଝିଅ

ଭୁବନେଶ୍ୱର : କିଙ୍ଗ ଜଙ୍ଗ ଉନଙ୍କ ଝିଅର ନାମ କେହି ରଖିପାରିବେ ନାହିଁଁ । ଉତ୍ତର କୋରିଆର ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କ ଝିଅର ନାମ ଜୁ-ଆଏ । ତାଙ୍କ ବୟସ ୧୦ବର୍ଷ । ସରକାର ଘୋଷଣା କରିଛନ୍ତି ଯେ, ଜୁ-ଆଏ ନାମଧାରୀ ଅନ୍ୟ କୌଣସି ଝିଅ ଉତ୍ତର କୋରିଆରେ ରହିପାରିବେ ନାହିଁ ।
ତେଣୁ ସମାନ ନାମଧାରୀ ଝିଅମାନେ ତୁରନ୍ତ ସେମାନଙ୍କ ନାମ ବଦଳାଇବାକୁ କିମ ସରକାର ଆଦେଶ ଦେଇଛନ୍ତି । ଭବିଷ୍ୟତରେ ଜନ୍ମ ହେବାକୁ ଥିବା କୌଣସି ଝିଅଙ୍କ ନାମ ମଧ୍ୟ ଜୁ-ଆଏ ରଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । କହିରଖୁ ଯେ, ପୂର୍ବରୁ ମଧ୍ୟ ଉତ୍ତର କୋରିଆ ନିଜର ନେତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନାମ ଅନ୍ୟ କେହି ନ ରଖିବା ପାଇଁ ଆଦେଶ ଦେଇଥିଲା । ନିକଟରେ କିମ୍ ଜଙ୍ଗ ଉନଙ୍କ ଝିଅ ଜୁ-ଆଏ ଉତ୍ତର କୋରିଆର ସାମରିକ ପରେଡ୍ ସମୟରେ ଏକ ବିରାଟ କଳା-ଧଳା କ୍ଷେପଣାସ୍ତ୍ର ଆଗରେ ଧଳା ପଫର ଜ୍ୟାକେଟ ଓ ନାଲି ଜୋତା ପିନ୍ଧି ଚାଲୁଥିବାର ଦେଖିବାକୁ ମିଳିଥିଲା ।
Powered by Froala Editor