ଜିପ୍ ଚକ ଫାଟିଗଲା, ଦୁର୍ଘଟଣାରେ ୬ ପ୍ରାଣ ହରାଇଲେ

ଗୁଜରାଟର ପାଟନ ଜିଲ୍ଲାରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍ ସହ ପଛପଟୁ ଏକ ଜିପ୍ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସାମଜୁଭାଇ ଫୁଲୱାଡି (୫୦), ଦୁଦାଭାଇ ରାଥୋଡ (୫୦), ରାଧାବେନ ପାରମାର (୩୫), କାଜଲ ପାରମାର (୫୯), ଅମୃତା ଭାନଜାରା (୧୫) ଏବଂ ପିନାଲବେନ ଭାନଜାରା (୭) ବୋଲି ଜଣାପଡିଛି ।
ଜିପଟି ୧୫ ଜଣ ଯାତ୍ରୀଙ୍କୁ ନେଇ ଭାରାହି ଗ୍ରାମ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଜିପ୍ର ଚକଟି ଫାଟିଯାଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଜିପ୍ଟି ଟ୍ରକ୍ ପଛପଟେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ୮ ଜଣ ଆହତ ହୋଇଛନ୍ତି। ପୁଲିସ ଆହତ ଲୋକଙ୍କୁ ରାଧାନପୁର ଏବଂ ପାଟାନର ବିଭିନ୍ନ ଡାକ୍ତରଖାନାକୁ ପଠାଇଛନ୍ତି।
Powered by Froala Editor