ଜିପ୍-ଟ୍ରକ ଧକ୍କା, ୭ ମୃତ
ଗୁଜରାଟ : ଗୁଜରାଟର ପାଟନ ସ୍ଥିତ ବରାହୀରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାତ୍ରୀମାନେ ଥିବା ଏକ ଜିପ୍ ଟ୍ରକ ସହ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। କେତେକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଜିପ୍ରେ ପ୍ରାୟ ୧୫ ଜଣ ଯାତ୍ରୀ ଯାଉଥିବା ସମୟରେ ହଠାତ୍ ଏହାର ଚକା ଫାଟିଥିବା ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ସହ ଜିପ୍ର ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।
Powered by Froala Editor