ନିକି ହାଲି ଲଢିବେ ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ଭାରତୀୟ ବଂଶୋଦ୍ଭବ ନିକି ହାଲି ଆସନ୍ତା ବର୍ଷ (୨୦୨୪) ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢିବେ ତାହା ପୁଣି ତାଙ୍କ ରାଜନୈତିକ ବସ୍ ଥିବା ପୂର୍ବତନ ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ ଙ୍କ ସହ । ୫୧ ବର୍ଷୀୟ ନିକି ଏକ ଭିଡ଼ିଓ ସେୟାର କରି କହିଛନ୍ତି ଯେ , ‘ମୁଁ ନିକି ହାଲି ଏବଂ ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛି । ବର୍ତମାନର ସମୟ ନୂଆ ପିଢି ନେତୃତ୍ୱ ନେବାର ସମୟ । ଆର୍ଥିକ ଭାବେ ଦେଶକୁ ଆହୁରି ସୁଦୃଢ କରିବା,ଦେଶର ସୀମାକୁ ସୁରକ୍ଷିତ କରିବା ଏବଂ ଦେଶକୁ ଆହୁରି ସଶକ୍ତ କରିବା ହେଉଛି ଆମର ଗର୍ବ।
ନିକି ଟ୍ରମ୍ପଙ୍କ ସମୟରେ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିଲେ । ଆମେରିକା ପ୍ରଶାସନରେ କ୍ୟାବିନେଟ ପଦରେ ନିଯୁକ୍ତ ହେବାରେ ସେ ଥିଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା । ଦକ୍ଷିଣ କାରୋଲିନର ଚାର୍ଲସଟନରେ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି କୁହାଯାଇଛି । ରିପବ୍ଲିକାନ ପାର୍ଟି ପକ୍ଷରୁ ସେ ରାଷ୍ଟ୍ରପତି ଦୈାଡ଼ରେ ପ୍ରଥମ ଦାବିଦାର ହୋଇଛନ୍ତି ।
Powered by Froala Editor