ପେଟ୍ରୋଲ-ଡିଜେଲ ମୂଲ୍ୟରେ ଲାଗିଛି ନିଆଁ, ବଢିଲା ୨୩ ଟଙ୍କା
ନୂଆଦିଲ୍ଲୀ: ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନର ଲୋକଙ୍କ ଦୁର୍ଦ୍ଦଶା କମିବା ବଦଳରେ ବଢିବାରେ ଲାଗିଛି । ଦୈନନ୍ଦୀନ ଜୀବନ ପରେ ଏବେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ଲାଗିଛି ନିଆଁ । ଫଳରେ ଆହୁରି ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି ପାକିସ୍ତାନ ଲୋକେ । କହିବାକୁ ଗଲେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ଫେବୃଆରୀ ୧୭ରେ ନୂତନ ମୂଲ୍ୟ ଘୋଷଣା କରାଯିବ । ଶ୍ରୀଲଙ୍କା ପରି ପାକିସ୍ତାନ ଫରେକ୍ସ ରିଜର୍ଭ ପ୍ରାୟ ଖାଲି ଅଛି । ଗତ ସପ୍ତାହରେ ଏହା ୩ ବିଲିୟନ ଡଲାରରୁ କମ୍ ହୋଇଛି । ଅର୍ଥାତ୍ ଏହାକୁ ସ୍ପଷ୍ଟ ଭାବରେ କହିବାକୁ ଗଲେ ଏକ ମାସ ପର୍ୟ୍ୟନ୍ତ ଦେଶ ଚଳାଇବା ମଧ୍ୟ ପର୍ୟ୍ୟାପ୍ତ ନୁହେଁ । ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ସାମଗ୍ରୀ ପର୍ୟ୍ୟନ୍ତ ସବୁକିଛି ଆମଦାନି କରିବାରେ ପାକିସ୍ତାନ ଅସମର୍ଥ ହୋଇଛି । ଏହି କାରଣରୁ ଦେଶରେ ମୁଦ୍ରାସ୍ଫୀତି ଏକ ଅଡୁଆ ସୃଷ୍ଟି କରିଛି ।
ଜାନୁଆରୀ ୨୯ରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏବେ ପୁଣିଥରେ ୨୨ ଟଙ୍କା ୨୦ ପଇସା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଫଳରେ ପେଟ୍ରୋଲ ଲିଟର ପିଛା ୨୭୨ ଟଙ୍କା ହେବାକୁ ଥିବାବେଳେ ୨୮୦ ଟଙ୍କା ହେବାକୁ ଯାଉଛି ଡିଜେଲ୍ ।
Powered by Froala Editor