ନ୍ୟୁଜିଲାଣ୍ଡରେ ଜୋରଦାର ଭୂକମ୍ପ ଝଟ୍କା
ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ନ୍ୟୁଜିଲାଣ୍ଡରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି। ପାରାପାରାମୁ ସହରଠାରୁ ୫୦କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଆକଳନ କରାଯାଇଛି। ଏହି ଭୂକମ୍ପ ଯୋଗୁ କୌଣସି ମୃତାହତର ସୂଚନା ମିଳିନାହିଁ।
ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ ୱେଲିଙ୍ଗଟନରୁ ୭୮କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଛି। ୪୮ କିଲୋମିଟର (୩୦ ମାଇଲ) ଗଭୀରରେ ଏହି କମ୍ପନ ଅନୁଭୂତ ହୋଇଛି ବୋଲି ସୂଚନା ମିଳିଛି।
ଗତ ୬ ତାରିଖ ଦିନ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
Powered by Froala Editor