ୱାଶିଂ ମେସିନ୍ରେ ୧୫ ମିନିଟ୍ ଯାଏ ଘୂରୁଥିଲା ଦେଢ଼ ବର୍ଷର ଶିଶୁ
ନିକଟରେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ୱାଶିଂ ମେଶିନ ଫୁଲ୍ ସ୍ପିଡରେ ଚାଲୁଥିବା ବେଳେ ଖେଳୁ ଖେଳୁ ଭିତରେ ପଡ଼ିଗଲା କଅଁଳା ଶିଶୁ। ହେଲେ ପରିବାର ଲୋକେ ଏହାର ଟେର ବି ପାଇପାରିଲେନି । ପ୍ରାୟ ୧୫ ମିନିଟ୍ କାଳ ପିଲାଟି ୱାଶିଂ ମେଶିନ ଭିତରେ ବୁଲି ଛଟପଟ ହେବା ପରେ ପରିବାର ଲୋକେ ତାକୁ ଉଦ୍ଧାର କଲେ। ହେଲେ ସେତେବେଳକୁ ପିଲାଟିର ଚେତା ନ ଥିବା ବେଳେ ସେ ପୁଣି ଥରେ ବଞ୍ଚି ଉଠିବ ବୋଲି ପରିବାର ଲୋକେ ଆଶା ହରାଇ ଦେଇଥିଲେ।
୧୫ ମିନିଟ୍ ପର୍ଯ୍ୟନ୍ତ ସାବୁନ ପାଣିରେ ଥିବାରୁ ଶିଶୁର ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ପିଲାଟି ୭ ଦିନ କୋମାରେ ରହିବା ସହ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ୭ ଦିନ ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଡାକ୍ତରଙ୍କ କହିବାନୁସାରେ, ଯେତେବେଳେ ପରିବାର ଲୋକ ଶିଶୁ ସହିତ ଡାକ୍ତରଖାନାକୁ ଆସିଥିଲେ, ସେତେବେଳେ ସେ ଅଚେତ ଥିଲେ। ଶିଶୁଟିର କୌଣସି ଗତିବିଧି ନ ଥିବା ବେଳେ ସେ ସମ୍ପୂର୍ଣ୍ଣ ଥଣ୍ଡା ପଡ଼ିଯାଇଥିଲା। ପିଲାଟି ନୀଳ ହୋଇଯାଇଥିବା ବେଳେ ତାଙ୍କର ପଲ୍ସ କିମ୍ବା ବିପି ଜଣାପଡ଼ୁ ନ ଥିଲା ବୋଲି ଡାକ୍ତର କହିଛନ୍ତି।
Powered by Froala Editor