ସାଥୀ ନଥିବା କର୍ମଚାରୀଙ୍କୁ ଭାଲେଣ୍ଟାଇନ ବୋନସ ଦେଲେ ମେୟର

ଫିଲିପ୍ପିନ୍ସ୍ର ଜଣେ ଅବିବାହିତ ମେୟର୍ ଟାଉନ୍ ହଲ୍ରେ କାର୍ଯ୍ୟରତ ନିଃସଙ୍ଗ କର୍ମଚାରୀଙ୍କ ପାଇଁ ‘ଭାଲେଣ୍ଟାଇନ୍ସ୍ ଡେ’ ବୋନସ୍ ଦେଇଛନ୍ତି। ୫ ବର୍ଷରୁ ଅଧିକ କାଳ ଧରି ନିଃସଙ୍ଗ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଦୈନିକ ପାରିଶ୍ରମିକର ୩ଗୁଣା ଅର୍ଥ ଦେବେ ବୋଲି ମେୟର୍ ମ୍ୟାଟ୍ ଫ୍ଲୋରିଡୋ କହିଥିଲେ। ଟାଉନ୍ହଲ୍ରେ କାର୍ଯ୍ୟରତ ୨୮୯ କର୍ମଚାରୀଙ୍କ ମଧ୍ୟରୁ ଏଥର ୩୭ଜଣ ବୋନସ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋନସ୍ ପାଇଁ ମନୋନୀତ ହୋଇଥିବା ବରିଷ୍ଠ ବ୍ୟକ୍ତିଙ୍କର ବୟସ ହେଉଛି ୬୪ ବର୍ଷ।
୪୨ ବର୍ଷିୟ ଫ୍ଲୋରିଡୋ କହିଛନ୍ତି, ଆଜି ସେମାନଙ୍କ ମନର ଅବସ୍ଥା କ’ଣ ଥିବ ମୁଁ ବୁଝି ପାରୁଛି। ‘ଭାଲେଣ୍ଟାଇନ୍ସ୍ ଡେ’ରେ ସେମାନଙ୍କୁ କେହି ଚକ୍ଲେଟ୍ କି, ଫୁଲ ଦେବେ ନହିଁ। ତେଣୁ, ଆମେ ସେମାନଙ୍କୁ ଏ ପ୍ରକାରର ଆର୍ଥିକ ସହାୟତା ଦେବାକୁ ଚିନ୍ତା କଲୁ।
Powered by Froala Editor