କରୋନା ଭଳି ଆସିଲା ଆଉ ଏକ ମାରାତ୍ମକ ଭୂତାଣୁ, ମଲେଣି ୯ ଜଣ

ମାରବର୍ଗ ଭାଇରସ ଆଫ୍ରିକୀୟ ଦେଶ ଇକ୍ୱାଟୋରିଆଲ ଗିନିରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଅଛନ୍ତି । ଏହି ସଂକ୍ରମଣ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ସ୍ବୀକାର କରିଛି । ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁୁହାଯାଉଛି। ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ସହିତ ସମାନ ବୋଲି ବିଶେଷଜ୍ଞ କହିଛନ୍ତି।
ଏଥିରେ ଆକ୍ରାନ୍ତଙ୍କୁ ଜ୍ୱର, ମୁଣ୍ଡବିନ୍ଧା ,ଛାତି ଯନ୍ତ୍ରଣା ହୋଇଥାଏ। ଯେତେବେଳେ ଅବସ୍ଥା ଖରାପ ହୁଏ, ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥାଏ। ସଂକ୍ରମଣର ସାତ ଦିନ ମଧ୍ୟରେ ଅନେକଙ୍କଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଲକ୍ଷଣ ମଧ୍ୟ ଦେଖାଯାଇଥାଏ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏକ ବିବୃତ୍ତି ଜାରି କରି କହିଛି ଯେ ମାରବର୍ଗ ଭାଇରସର ଏତେ ବଡ଼ ଆକାରରେ ଏହା ହେଉଛି ପ୍ରଥମ ସଂକ୍ରମଣ। ପ୍ରଭାବିତ ଅଞ୍ଚଳରେ ଆଡଭାନ୍ସ ଦଳ ନିୟୋଜିତ କରାଯାଇଛି, ଯାହା ସଂକ୍ରମିତଙ୍କଠାରେ ଭୁତାଣୁ ଚିହ୍ନଟ କରୁଛନ୍ତି।
ଏହି ଭୂିତାଣୁ ବାଦୁଡ଼ିଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଅନ୍ୟ ଲୋକଙ୍କୁ ବ୍ୟାପିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂକ୍ରମଣ ପାଇଁ କୌଣସି ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ, କିନ୍ତୁ ଠିକ ସମୟରେ ଚିକିତ୍ସା ଆକ୍ରାନ୍ତଙ୍କର ଜୀବନ ରକ୍ଷା କରିପାରିବ।
Powered by Froala Editor