କରୋନାରେ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କର କରୋନାରେ ପରଲୋକ ହୋଇଯାଇଛି । ୧୯୭୦ ଦଶକରେ ସେ ଜଙ୍ଗଲ ଧ୍ୱଂସ ବିରୋଧରେ ଆରମ୍ଭ କରିଥିଲେ ଚିପକୋ ଆନେ୍ଦାଳନ । ମୃତୁ୍ୟବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କୋଭିଡ଼ ଆକ୍ରାନ୍ତ ହେବା ପରେ ସେ ଋଷିକେଶସ୍ଥିତ ଏମସରେ ଚିକିତ୍ସିତ ହେଉଥିଲେ ।
ଗତ ମେ’ ୮ରେ ସେ କରୋନା ଆକ୍ରାନ୍ତ ହୋଇଥିଳେ । ଗତରାତିରେ ତାଙ୍କ ଅବସ୍ଥା ସାଂଘାତିକ ହୋଇଯାଇଥିଲା । ତାଙ୍କର ଅକ୍ସିଜେନ ସ୍ତର ନିମ୍ନଗାମୀ ହୋଇଯାଇଥିଲା । ହସପିଟାଲ ଆଇସିୟୂରେ ସେ ଚିକିତ୍ସିତ ହେଉଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଗାନ୍ଧୀବାଦ ଆଦର୍ଶରେ ଅନୁପ୍ରାଣୀତ ବହୁଗୁଣା ଚିପକୋ ଆନେ୍ଦାଳନ ପାଇଁ ଦେଶବିଦେଶରେ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଆନେ୍ଦାଳନ ପାଇଁ ଜଙ୍ଗଲ ସଂରକ୍ଷଣ ଉପରେ ସରକାର ଧ୍ୟାନ ଦେଇଥିଲେ ।
Powered by Froala Editor