ମହାରଣା ଓ ଭୋଇ ସେବକ ପଜିଟିଭ

ପୁରୀ: ପୁରୀରେ ଶନିବାର ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ପଜିଟିଭ ଚିହ୍ନିତ ମହାରଣା ଓ ଭୋଇ ସେବକ ରଥକାମ କରୁନଥିଲେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଶୁକ୍ରବାର ପୁରୀ ରଥ ଖଳାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୁରୁବାର ରଥଖଳାରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ରଥଖଳାରୁ ଚିହ୍ନିତ ମୋଟ ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ଥିବା ଜଣାଯାଇଛି ।
Powered by Froala Editor