ଏୟାର ଏସିଆକୁ ୨୦ଲକ୍ଷ ଟଙ୍କାର ଜରିମାନା
ଡିଜିସିଏର ଯାଞ୍ଚ ବେଳେ ପାଇଲଟଙ୍କ ପ୍ରଶିକ୍ଷଣରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଛି। ଏହାପରେ ବିମାନ କମ୍ପାନୀ ଏୟାର ଏସିଆକୁ ୨୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଛି ଡିଜିସିଏ। ପାଇଲଟ୍ ଦକ୍ଷତା ଯାଞ୍ଚ ସମୟରେ କାର୍ଯ୍ୟସୂଚୀ ଅନୁଯାୟୀ ଏୟାର ଏସିଆ କିଛି ବାଧ୍ୟତାମୂଳକ ଅଭ୍ୟାସ କରିନଥିଲା। ଏହି ନିୟମ ଉଲ୍ଲଂଘନ କରିଥିବାରୁ ଡିଜିସିଏ ଆଜି ଏଭଳି ଜରିମାନା ଲଗାଇଛି। ନିୟମ ଉଲଂଘନ ପାଇଁ ଡିଜିସିଏ ଏୟାର ଏସିଆ (ଭାରତ) ଲିମିଟେଡ୍ ଉପରେ ୨୦, ୦୦,୦୦୦ ଟଙ୍କାର ଜରିମାନା ଲଗାଇଥିବା ବେଳେ ଏହାର ୮ଜଣ ପରୀକ୍ଷକଙ୍କ ଉପରେ ୩,୦୦,୦୦୦ ଟଙ୍କାର ଜରିମାନା ଲାଗୁ କରାଯାଇଛି। ପ୍ରତ୍ୟେକଙ୍କୁ ୩ଲକ୍ଷ ଦେବକୁ ହେବ।
ଇନ୍ଷ୍ଟ୍ରୁମେଣ୍ଟ ରେଟିଂ ଯାଞ୍ଚ ବେଳେ ଏହି ଏୟାରଲାଇନ୍ସର କିଛି ପାଇଲଟଙ୍କ ମଧ୍ୟରେ ତ୍ରୁଟି ସାମ୍ନାକୁ ଆସିଥିଲା। ଜରୁରୀ ଅଭ୍ୟାସ ବିନା ପାଇଲଟଙ୍କୁ ବିମାନ ଉଡାଇବାକୁ ଦିଆଯାଇଥିଲା। ଯାହା ଡିଜିସିଏର ନିୟମ ଉଲ୍ଲଙ୍ଘନ କରିଛି। ଏହାପରେ ଉକ୍ତ ଏୟାର ଲାଇନ୍ସକୁ ଆର୍ଥିକ ଜରିମାନା ଲାଗୁ କରାଯାଇଛି।
Powered by Froala Editor