ମହାଙ୍ଗାମାଡ ; ପାକିସ୍ତାନରେ ପେଟ୍ରୋଲ ପରେ ବଢ଼ିଲା ବିଦ୍ୟୁତ ଶୁଳ୍କ
ମହଙ୍ଗାମାଡ କାରଣରୁ ପାକିସ୍ତାନ ଏହାର ସବୁଠାରୁ ବଡ ସଙ୍କଟ ଦେଇ ଗତି କରୁଛି। ସବୁଠାରୁ ଖରାପ ଅବସ୍ଥା ହେଉଛି ପାକିସ୍ତାନର ସାଧାରଣ ଜନତାଙ୍କର। ଜିନିଷର ଦାମ୍ ଅହେତୁକ ବୃଦ୍ଧି ତଥା ମହାଙ୍ଗାମାଡ କାରଣରୁ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି, ଲୋକମାନେ କେବଳ ଖାଦ୍ୟର ଚିନ୍ତା କରୁଛନ୍ତି। ସଙ୍କଟରୁ ଉଦ୍ଧାର କରିବା ଲାଗି ସେଠାକାର ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆଗରେ ଗୁହାରି କରୁଛି। ଚୀନ୍ ଓ ସାଉଦି ଆରବକୁ ମଧ୍ୟ ପାଣ୍ଠି ମାଗୁଛି। ତେବେ ଏହାରି ଭିତରେ ପାକିସ୍ତାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ସେଠାକାର ନାଗରିକ ଚିନ୍ତାରେ ପଡିଯାଇଛନ୍ତି । ବାସ୍ତବରେ ଶାହାବାଜ ସରିଫଙ୍କ ସରକାର ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟକା ଦେଇଛନ୍ତି । ପାକିସ୍ତାନ ସରକାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛନ୍ତି ।
ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୟୁନିଟ୍ ସରଚାର୍ଜ ପ୍ରତି ୧ ଟଙ୍କା ବର୍ଦ୍ଧିତ ଦର ଲାଗୁ କରାଯାଇଛି। ଆଇଏମ୍ଏଫ୍ ଟିମ୍ ଚାଲିଯିବା ପରେ ଶୁକ୍ରବାର (ଫେବୃଆରୀ ୧୦) ରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଇସିସି(ଆର୍ଥିକ ସମନ୍ୱୟ ବୈଠକ)ରେ ଅଧ୍ୟକ୍ଷତା କରିଥିଲେ। ଆଉ ଏହାପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରିଥିଲେ ।
Powered by Froala Editor