ଭାରତ ପାଇଁ ଖୁସି ଖବର, ଜମ୍ମୁ-କଶ୍ମୀରରେ ମିଳିଲା ଲିଥିୟମ ଖଣି

ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବାକୁ ଆସିଛି ଖୁସି ଖବର । ପ୍ରଥମଥର ପାଇଁ ଭାରତରେ ଠାବ ହୋଇଛି ଲିଥିୟମ । ଜମ୍ମୁ- କଶ୍ମୀରର ରିଆସି ଜିଲ୍ଲାରୁ ୫.୯ ମିଲିୟନ ଟନର ଲିଥିୟମ ଖଣି ଠାବ କରିଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ। କେବଳ ଲିଥିୟମ ଭଣ୍ଡାର ନୁହେଁ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ୧୧ଟି ରାଜ୍ୟରୁ ୫୧ଟି ବିଭିନ୍ନ ମିନେରାଲ୍ ବ୍ଲକ୍ ବା ଖଣି ଠାବ କରିଛି । ଜମ୍ମୁ-କଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ଝାରଖଣ୍ଡ, କର୍ଣ୍ଣାଟକା, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ ଓ ତେଲେଙ୍ଗାନାରେ ଏହି ଖଣି ଠାବ ହୋଇଛି ।
ଲିଥିୟମ ହେଉଛି ଏକ ଦୁର୍ଲଭ ତଥା ମୂଲ୍ୟବାନ ଅଣଲୌହ ଧାତୁ। ଇଭି ବା ଇଲେକ୍ଟ୍ରିକ୍ ଭେହିକିଲର ପ୍ରମୁଖ ଅଂଶ ଭାବେ ଜଣାଣୁଣା ଲିଥିୟମର ଡିମାଣ୍ଡ ସାରା ବିଶ୍ୱରେ ବେଶ ଅଧିକ। ଏହାକୁ କାଚ, ସେରାମିକ୍, ଆଲୁମିନିୟମ, ଗ୍ରୀଜ୍, ଔଷଧ ଓ ଏୟାର କଣ୍ଡିସନର୍ ଆଦି ବିଭିନ୍ନ ଶିଳ୍ପରେ ବ୍ୟବହାର କରାଯାଏ। ତେବେ ଏହାର ଅଧିକ ଡିମାଣ୍ଡ ରିଚାର୍ଜେବୁଲ ବ୍ୟାଟେରି ପାଇଁ ରହିଛି। ମୋବାଇଲ, ଲ୍ୟାପଟପ୍ ଠାରୁ ଆରମ୍ଭ କରି ବିଦ୍ୟୁତ ଚାଳିତ ଗାଡ଼ି ବା ଇଭିରେ ଲିଥିୟମ ଆୟନ ବ୍ୟାଟେରିର ବ୍ୟବହାର ହୋଇଥାଏ।
Powered by Froala Editor