ମୁଡ଼ ଅଫ ନେସନ ସର୍ଭେ: ମୋଦିଙ୍କ ପରେ ଏହି ନେତା ଲୋକପ୍ରିୟ
ନୂଆଦିଲ୍ଲୀ : ୨୦୨୪ରେ ହେବ ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ଆରମ୍ଭ ହୋଇଯାଇଛି ଅଙ୍କକଷା । କାହାର ଦମ କେତେ, କାହାର ରହିଛି ଅଧିକ ଲୋକପ୍ରିୟତା ତାହାକୁ ନେଇ ସର୍ଭେ ହୋଇଛି । ସି’ଭୋଟର ଓ ଇଣ୍ଡିଆ ଟୁଡେ଼ ପକ୍ଷରୁ ହୋଇଥିବା ମୁଡ଼ ଅଫ ନେସନ ସର୍ଭେ ଅନୁଯାୟୀ, ଆଦାନୀ ବିବାଦ ସତ୍ୱେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ୨୦୨୩ ଜାନୁଆରୀରେ ମୋଦିଙ୍କ ଲୋକପ୍ରିୟତା ୭୨% ଥିବାବେଳେ ପୂର୍ବରୁ ତାହା ୬୬% ରହିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରେ ଲୋକପ୍ରିୟ ନେତା ହେଉଛନ୍ତି ଅମିତ ଶାହା । ୨୬ପ୍ରତିଶତ ଲୋକ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ପସନ୍ଦ କରୁଛନ୍ତି । ତାଙ୍କ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକପ୍ରିୟ ରହିଛନ୍ତି । ତାଙ୍କୁ ୨୫ପ୍ରତିଶତ ଜନତା ପସନ୍ଦ କରନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ୧୬% ଜନତା ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ପସନ୍ଦ କରୁଛନ୍ତି । ଅନ୍ୟପଟେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାତ୍ର୧୪ % ଲୋକ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି । ମୋଟାମୋଟି ଦେଖିବାକୁ ଗଲେ ବର୍ତ୍ତମାନ ଲୋକପ୍ର୍ରିୟତା ଦୃଷ୍ଟିରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଅମିତ ଶାହା, ଯୋଗୀ ଆଦିତ୍ୟନାଥ, ନିତିନ ଗଡକରୀଙ୍କ ପଛରେ ରହିଛନ୍ତି ।
Powered by Froala Editor