ନିଟ୍ ପିଜି ପରୀକ୍ଷାକୁ ନେଇ ଏହା କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ : ଡାକ୍ତରି ପଢିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଟ୍ ପିଜି ପରୀକ୍ଷା ୨୦୨୩ ମାର୍ଚ୍ଚ ୫ତାରିଖରେ ହେବ । ଏନେଇ ଲୋକସଭାରେ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀ ମାନେ ସେମାନଙ୍କ ବର୍ଷିକିଆ ଇଣ୍ଟର୍ଣ୍ଣସିପ୍ ସାରିନାହାନ୍ତି ସେମାନଙ୍କ ପାଇଁ ନିଟ୍ ପିଜି କଟଅଫ୍ ଡେଟକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଜୁନ୍ ୩୦ ୨୦୨୩ରୁ ଅଗଷ୍ଟ ୧୧,୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ସୂଚନା ଅନୁସାରେ ଲୋକସଭାରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଘୁଞ୍ଚାଇବା ଦାବିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ପ୍ରତିକ୍ରିୟାରେ ସ୍ୱାସ୍ଥ୍ରମନ୍ତ୍ରୀ କହିଥିଲେ ଯେ, ପରୀକ୍ଷା ମାର୍ଚ୍ଚ ୫ରେ କରାଯିବ ବୋଲି ୫ମାସ ପୂର୍ବରୁ ଘୋଷଣା ହୋଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଦେଇଥିଲେ , ସେମାନେ ମାର୍ଚ୍ଚ ୫ରେ ହେବାକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବର ପରୀକ୍ଷାଗୁଡିକ ୭ରୁ ୮ମାସ ବିଳମ୍ବ ହୋଇଥିଲା ଓ ପରେ ମଧ୍ୟ ୪ମାସ ବିଳମ୍ବ ହୋଇଥିଲା । ଯଦି ଏହି ପ୍ରକ୍ରିୟା ଜାରି ରୁହେ, ଆଗକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।
କହିରଖୁ ଯେ, କିଛି ନ୍ୟାସନାଲ ଏଲିଜିବିଲିଟି ପ୍ରବେଶିକା ପରୀକ୍ଷା ଆଶାୟୀମାନେ ସେମାନଙ୍କ ଇଣ୍ଟର୍ଣ୍ଣସିପ୍ ସରିନଥିବା ଦର୍ଶାଇ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ । ଏହା ସହିତ ନିଟ୍ ପିଜି ପରୀକ୍ଷାର୍ଥୀଙ୍କ ସହ ଏକ ଡାକ୍ତର ଦଳ ମଧ୍ୟ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ବ୍ୟାନରରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ସରକାରଙ୍କୁ ଦାବି କରିଛନ୍ତି ।
Powered by Froala Editor