ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍ ପାଇଁ ବୁକିଂ ଆରମ୍ଭ
ଆମେରିକା : ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍ ପାଇଁ ବୁକିଂ ଆରମ୍ଭ ହୋଇଛି । ତିରିଶ ମିନିଟ୍ ରେ ଏହା ଘନଟା ପ୍ରତି ୯୬ ବେଗରେ ଉଡ଼ିପାରେ । ବାଇକ୍ର ନାଁ ସ୍ପିଡ଼ର । ଏହାର ପ୍ରାରମ୍ଭିକ ମୂଲ୍ୟ ୩.୧୫ କୋଟି ରଖାଯାଇଛି । ୧୩୬ କିଲୋ ଓଜନର ଏହି ବାଇକ୍ ୨୭୨ କିଲୋ ଓଜନ ବହନ କରିବାରେ ସକ୍ଷମ । ରିମୋଟ୍ ଦ୍ୱାରା ମଧ୍ୟ ନିୟନ୍ତ୍ରଣ କରାଯାଇପାରେ । ଆମେରିକାର ଜେଟ୍ପ୍ୟାକ୍ ଆଭିଏସନ୍ କମ୍ପାନୀ ଏହି ଉଡ଼ନ୍ତା ବାଇକ୍ ସ୍ପିନର ନିର୍ମାଣ କରିଛି । ଏହାର ପ୍ରଥମ ରେ ୪ଟି ଟର୍ବାଇନ୍ ଥିଲା । କିନ୍ତୁ ଚୂଡ଼ାନ୍ତ ୮ଟି ଟର୍ବାଇନ୍ ରହିବ ।
ଜେଟ୍ପ୍ୟାକ୍ ଆଭିଏସନ୍ ଦ୍ୱାରା ଏହି ଉଡ଼ନ୍ତା ବାଇକର ପରୀକ୍ଷାମୂଳକ ଉଡ଼ାଣ ଶେଷ ହୋଇଛି । ଖୁବ୍ ଶୀଘ୍ର ଏହା ଆମେରିକା ଫେଡେ଼ରାଲ୍ ଆଭିଏସନ୍ ଆଡ୍ମିନିଷ୍ଟ୍ରେସନ୍ ପ୍ରମାଣପତ୍ର ପାଇବେ । ଆଗାମୀ ୨-୩ ବର୍ଷ ମଧ୍ୟରେ କମ୍ପାନୀର ୮ ଜେଟ୍ ଇନ୍ଜିନ୍ ସ୍ପିଡ଼ର୍ ଉଡ଼ନ୍ତା ବାଇକ୍ ବଜାରକୁ ଆସିବାର ସମ୍ଭାବନା ରହିଛି ।
ବାସ୍ତବରେ ଏହି ଉଡ଼ନ୍ତା ବାଇକ୍ ଏକ ବାୟୁ ଉପଯୋଗିତା ଯାନ । ଅର୍ଥାତ ଚିକିତ୍ସା କ୍ଷେତ୍ରରେ ଆପାତକାଳ ଓ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରେ ଏହା ଏକ ଫଳ ପ୍ରଦାନ କରିପାରେ । ପ୍ରତିରକ୍ଷା ବଜାର ପାଇଁ କାର୍ଗୋ ବିମାନ ରୂପେ ଏକ ବିମାନ ରହିତ ଯାନ ମଧ୍ୟ କମ୍ପାନୀ ବିକଶିତ କରୁଛି । ଏହା ଭୂମିଠୁ ୧୦୦ଫୁଟ ଉଚ୍ଚତାରେ ଘନ୍ଟା ପ୍ରତି ୪୦୦ ମାଇଲ୍ ବେଗରେ ଉଡ଼ିପାରେ । ଗତ ବର୍ଷ ଜାପାନ୍ରେ ଷ୍ଟାଟ୍ଅପ୍ କମ୍ପାନୀ ଏର୍ ୱିନ୍ସ ଟେକ୍ନୋଲୋଜି ଆମେରିକାର ଡେ଼ଟ୍ରଏଟ୍ ଅଟୋ ଶୋରେ ‘ଏକ୍ସଟୁରିଜିମ୍ ‘ ଉଡ଼ନ୍ତା ବାଇକ୍ ପ୍ରଦର୍ଶନ କରିଥିଲା ।
Powered by Froala Editor