ଗୌହାଟୀରୁ ଡ୍ରଗ୍ସ ମାଫିଆକୁ ଗିରଫ କଲା ଓଡ଼ିଶା ପୋଲିସ
ଭୁବନେଶ୍ଵର : କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ଆନ୍ତରାଜ୍ୟ ଡ୍ରଗ୍ସ ମାଫିଆ। ଆସାମ ପୋଲିସ ଆହାୟତାରେ ଗୌହାଟୀରୁ ଡ୍ରଗ୍ସ ମାଫିଆ ସଲିମ ଅହମଦକୁ ଗିରଫ କଲା ଓଡ଼ିଶା ପୋଲିସ। ଅଭିଯୁକ୍ତ ସଲିମ ଘର ମଣିପୁରରେ।
ସୂଚନାନୁଯାୟୀ, ୨୦୨୨ ଡିସେମ୍ଵର ୩ ତାରିଖରେ ଏକ ହୁଣ୍ଡାଇ କାର୍ରୁ ୧ କିଲୋ ୩୩୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା। ସେତେବେଳେ ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ସଲିମ ଅହମଦ ଫେରାର୍ ଥିଲା। ଆସାମ ପୋଲିସ ଆହାୟତାରେ ଓଡ଼ିଶା ପୋଲିସ ଗୌହାଟୀରୁ ଡ୍ରଗ୍ସ ମାଫିଆ ସଲିମ ଅହମଦକୁ ଗିରଫ କରିବାରେ ସଫଳ ହୋଇଛି। ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପଚରାଉଚୁରା କରିବାକୁ ସଲିମକୁ ରିମାଣ୍ଡରେ ଆଣିବ ପୋଲିସ।