ସନ୍ତାନକୁ ଜନ୍ମ ଦେଲେ କିନ୍ନର, ଲିଙ୍ଗ କହିବାକୁ ମନା କଲେ
କେରଳର ଏକ ସରକାରୀ ଡାକ୍ତରଖାନାରେ କିନ୍ନର ଦମ୍ପତି ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ନବଜାତ ଶିଶୁର ଲିଙ୍ଗ ଝିଅ କି ପୁଅ ଜଣାଇବାକୁ ମନା କରିଦେଇଛନ୍ତି। ସେମାନେ ନିଜ ସନ୍ତାନର ଲିଙ୍ଗକୁ ସାର୍ବଜନୀନ କରିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି। ଏହା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। କିଛି ଦିନ ଆଗରୁ କେରଳର କିନ୍ନର ଦମ୍ପତି ଗର୍ଭବତୀ ଥିବା କଥା ଘୋଷଣା କରିଥିଲେ।
ନିକଟରେ ଜିଆ ପାବଲ ଇନଷ୍ଟାଗ୍ରାମରେ ଘୋଷଣା କରିଥିଲେ ଯେ, ' ଜାହଦ ଆଠ ମାସର ଗର୍ଭବତୀ ଅଛନ୍ତି। ଆମର ବାପା- ମା' ହେବାର ସ୍ବପ୍ନ ବହୁତଦିନରୁ ଥିଲା। ଯାହାକି ଖୁବଶୀଘ୍ର ପୁରଣ ହେବାକୁ ଯାଉଛି। ଜାହାଦଙ୍କ ସହିତ ମୁଁ ଗତ ତିନିବର୍ଷ ଧରି ଏକାଠି ଅଛି। ଆମେ ଦୁହେଁ ବହୁତ ଖୁସିରେ ଅଛୁ। ଆଉ ହସଖୁସିରେ ଜୀବନ ବିତାଉଛୁ। ଏଭଳି ସମୟରେ ନୂଆ ଅତିଥି ଆସିଯିବା ପରେ ଆମ ଦୁହିଁଙ୍କ ଜୀବନରେ ଆହୁରି ଖୁସି ଭରିଯିବ।
Powered by Froala Editor