ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ
ଢେଙ୍କାନାଳ: ଢେଙ୍କାନାଳ ସଦର ବନାଞ୍ଚଳ ରାଣିପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରଜବନ୍ଧୁ ପୁହାଣ (୭୮)। ସୂଚନା ଅନୁସାରେ, ଓଡାପଡା ବ୍ଲକ ଅନ୍ତର୍ଗତ ରାଣିପାଳ ଗ୍ରାମର ବ୍ରଜବନ୍ଧୁ ଚଣା ଫସଲ ଜଗିବାକୁ ଚାଷଜମିକୁ ଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଖବରପାଇ ପରିବାର ଲୋକେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରିଥିଲେ । ସକାଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ବ୍ରଜବନ୍ଧୁଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି ।
Powered by Froala Editor