CTY ଘୋଷଣା, ବିଶ୍ବର ପ୍ରତିଭାଶାଳୀ ଛାତ୍ରୀ ନତାଶା

ପୁଣି ଥରେ ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ନତାଶା ପେରିଆନାୟଗମ୍ । ଏନେଇ ଆମେରିକାର ଜନ୍ ହପକିନ୍ସ ସେଣ୍ଟର ଫର ଟ୍ୟାଲେଣ୍ଟେଡ୍ ୟୁଥ୍ (CTY) ଘୋଷଣା କରିଛି ।
ସୂଚନା ଅନୁଯାୟୀ, ୧୩ ବର୍ଷିୟ ନତାଶା ପେରିଆନାୟଗମ୍ ନ୍ୟୁ ଜର୍ସିର ଫ୍ଲୋରେନ୍ସ ଏମ ଗୋଡିନିୟର ମିଡିଲ ସ୍କୁଲର ଛାତ୍ରୀ । ନତାଶା ୨୦୨୧ମସିହାରେ CTYର ପରୀକ୍ଷା ଦେଇଥିଲେ। ସେତେବେଳେ ସେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ । ମୌଖିକ ଏବଂ ବିଷୟଭିତ୍ତିକ ଯୋଗ୍ୟତାରେ ନତାଶା ଅଷ୍ଟମ ଶ୍ରେଣୀରେ ୯୦ ପ୍ରତିଶତ ନମ୍ବର ରଖିଥିଲେ। ଯେଉଁ କାରଣରୁ ନତାଶାଙ୍କୁ ସେହି ବର୍ଷ ପାଇଁ ମେରିଟ୍ ଲିଷ୍ଟରେ ସ୍ଥାନ ଦିଆଯାଇଥିଲା । ବିଶ୍ବର ୭୬ଟି ଦେଶର ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଙ୍କ ମଧ୍ୟରୁ ନତାଶା ପେରିଆନାୟଗମ୍ଙ୍କୁ ପ୍ରତିଭାଶାଳୀ ଛାତ୍ରୀ ଭାବେ ଚୟନ କରାଯାଇଛି ।
ବିଶ୍ୱବିଦ୍ୟାଳୟ କହିଛି, 'ଚଳିତ ବର୍ଷ SAT, ACT, ସ୍କୁଲ ଏବଂ କଲେଜ ଦକ୍ଷତା ପରୀକ୍ଷା କିମ୍ବା CTY ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ନତାଶାଙ୍କ ବେଶ ସଫଳତାର ସହ କୃତକାର୍ଯ୍ୟ କରିଛନ୍ତି।
Powered by Froala Editor