ଏନକାଉଣ୍ଟର: ୧୩ ନକ୍ସଲ ନିପାତ

ମହାରାଷ୍ଟ୍ର:ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ। ଏହି ଏନକାଉଣ୍ଟରରେ ୧୩ ଜଣ ନକ୍ସଲ ନିପାତ ହୋଇଛନ୍ତି। ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଗଡଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଏନକାଉଣ୍ଟର କରିଛି। ଘଟଣାସ୍ଥଳରୁ ୬ ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଏନେଇ ଗଡଚିରୋଲି ଡିଆଇଜି ସନ୍ଦିପ ପାଟିଲ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ପୋଲିସ ଓ ଯବାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବାହାରୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ । ଏହାପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏହି ଗୁଳିକାଣ୍ଡରେ ୧୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି।
Powered by Froala Editor