୨ଟି ପାର୍ଟରେ ମୁକ୍ତିଲାଭ କରିବ 'ପ୍ରୋଜେକ୍ଟ କେ'

ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ପ୍ରୋଜେକ୍ଟ କେ' ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। 'ପଠାନ' ପରି ବ୍ଳକ୍ ବଷ୍ଟର ଫିଲ୍ମ ଦେବା ପରେ ପୁଣି ସେ ତାଙ୍କର ଆଗାମୀ ଫିଲ୍ମରେ ନିଜର ଜଲଓ୍ୱା ଦେଖାଇବାକୁ ରେଡି ହେଲେଣି। ଏହି ସମୟରେ ଫିଲ୍ମ ସହ ଜଡିତ ଏକ ବଡ ଖବର ଆସିଛି। ବାସ୍ତବରେ ଫିଲ୍ମ 'ପ୍ରୋଜେକ୍ଟ କେ' ଦୁଇଟି ଭାଗରେ ମୁକ୍ତିଲାଭ କରିବ।
ଫିଲ୍ମର ପ୍ରଥମ ଭାଗ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଫିଲ୍ମକୁ ଦୁଇ ଭାଗରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକଳ୍ପର ପ୍ଲଟ ପଏଣ୍ଟ ଏତେ ବଡ଼ ଯେ ନିର୍ମାତା ଏହାକୁ ୨ ଭାଗ ବିଶିଷ୍ଟ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଚରିତ୍ର ମହାଭାରତରୁ ଅଶ୍ୱତଥାମଙ୍କ ଲାଇନରେ ଥିବାବେଳେ ପ୍ରଭାସଙ୍କ ଭୂମିକା 'ସୁପରହିରୋ' ଭଳି ରହିଛି। ବର୍ତ୍ତମାନ ସୁଦ୍ଧା, ଭାଗ ୨ର ସୁଟ୍ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଭାଗ ୧ ର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି।
Powered by Froala Editor