ବିଳମ୍ବିତ ହୋଇପାରେ ମାଟ୍ରିକ ମୂଲ୍ୟାୟନ

କଟକ: ମାଟ୍ରିକ ମୂଲ୍ୟାୟନ ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । କରୋନା ସ୍ଥିତିକୁ ଦେଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ତାର ମୂଲ୍ୟାୟନ କାର୍ଯ୍ୟକୁ ୨୦ ଦିନ ଘୁଞ୍ଚାଇ ଦେଇଛି । ଆରମ୍ଭରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସିବିଏସଇକୁ ଅନୁସରଣ କରିଆସୁଥିବା ବେଳେ ଏବେ ସେଭଳି ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି । କରୋନା ସଂକ୍ରମଣ ପାଇଁ ଏଥର ପରୀକ୍ଷା ସ୍ଥଗିତ ରହିବା ପରେ ସିବିଏସଇ ମୂଲ୍ୟାୟନ ପ୍ରକି୍ରୟାକୁ ଅନୁସରଣ କରି ରାଜ୍ୟ ବୋର୍ଡ ନବମ ଓ ଦଶମ ଶ୍ରେଣୀର ମାର୍କକୁ ଆଧାର କରି ମୂଲ୍ୟାୟନ କରିବାକୁ ସ୍ଥିର କରିଥିଲା । ଗତ ୧୫ ତାରିଖ ସୁଦ୍ଧା ସବୁ ବିଦ୍ୟାଳୟ ନିଜ ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ଶ୍ରେଣୀର ଅଭ୍ୟାସ ପରୀକ୍ଷା ମାର୍କକୁ ସେଣ୍ଟର ସ୍କୁଲରେ ଦେବାକୁ କୁହାଯାଇଥିଲା । ପ୍ରାୟ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ମାର୍କଖାତାକୁ ନେଇ ସ୍କୁଲରେ ଦେବାକୁ କୁହାଯାଇଥିଲା । ପ୍ରାୟ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ମାର୍କ ଖାତାକୁ ନେଇ ମେଣ୍ଟର ସ୍କୁଲମାନଙ୍କରେ ଦାଖଲ କରିଥିଲେ । ଏଥିପାଇଁ ରାଜ୍ୟରେ ୨୭୬୬ ଟି ମେଣ୍ଟର ସ୍କୁଲ ଚୟନ କରାଯାଇଛି । ପ୍ରତି ମେଣ୍ଟର ସ୍କୁଲ ପାଇଁ ୩ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି । ପାଖାପାଖି ଆଠ ହଜାର ଶିକ୍ଷକଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ଏମାନଙ୍କୁ ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ମେଣ୍ଟର ସ୍କୁଲମାନଙ୍କରେ ମାର୍କ ଅପଲୋଡ କରିବାକୁ କୁହାଯାଇଛି । କିନ୍ତୁ ରାଜ୍ୟରେ କରୋନା ବ୍ୟାପୁଥିବାରୁ ଏହାକୁ ନଜରରେ ରଖି ମୂଲ୍ୟାୟନ କାର୍ଯ୍ୟ ଘୁଞ୍ଚାଇବାକୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଦାବି ଉଠିଲାଣି ।
Powered by Froala Editor