ଶିଶୁକନ୍ୟା ମୃତୁ୍ୟ ପରେ ବିଷ ପିଇଲେ ଦମ୍ପତି

କେନ୍ଦୁଝର : କେନ୍ଦୁଝର ସଦର ମହକୁମା ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ୧୪ ଦିନର ଶିଶୁକନ୍ୟା ମୃତୁ୍ୟ ପରେ ମ୍ରିୟମାଣ ହୋଇ ଦମ୍ପତି ବିଷ ପିଇବା ପରେ ସ୍ୱାମୀଙ୍କ ମୃତୁ୍ୟ ଘଟିଛି । ପନôୀ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣଙ୍କ କେନ୍ଦୁଝର ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଡ୍ରାଇଭର ମଦନ ମୋହନ ପିଙ୍ଗୁଆ । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୁମୁରା ଗ୍ରାମର ମଦନ ମୋହନ ପିଙ୍ଗୁଆଙ୍କ ପତ୍ନୀ ଟିକି ଗତ ୬ ତାରିଖ ଦିନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟା ଜନ୍ମ ପରେ ଶିଶୁକନ୍ୟାକୁ ୧୭ ତାରିଖ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର କୌଣସି କାରଣରୁ ସେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଥିଲା । ଏହି ଦୁଃଖରେ ସମଗ୍ର ପରିବାର ଭାଙ୍ଗି ପଡିଥିଲେ । ଶିଶୁକନ୍ୟାକୁ ହରାଇବା ପରେ ମଦନ ଓ ତାଙ୍କ ପତ୍ନୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଖବରପାଇ ସାଂସଦ ମଧ୍ୟ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଓ ଦୁଃଖର ପାହାଡକୁ ସାମ୍ନା କରିବାକୁ – ପରାମର୍ଶ ଦେଇଥିଲେ । କନ୍ୟା ସନ୍ତାନକୁ ହରାଇବା ପରେ ମଦନ ଓ ତାଙ୍କ ପତ୍ନୀ ଗୁରୁବାର ସକାଳେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ସଙ୍କଟାପନ୍ନ ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ମଦନ ପ୍ରାଣ ହରାଇଥିବା ସମୟରେ ପତ୍ନୀ ଟିକିର ଅବସ୍ଥା ସଙ୍କଟାପନ୍ନ ଥିବା ଚନ୍ଦ୍ରାଣୀଙ୍କ ମାମୁ ହରମୋହନ ସରେନ୍ ସୂଚନା ଦେଇଛନ୍ତି ।
Powered by Froala Editor