ପାଦେ ଆଗେଇଛି ରାଜ୍ୟ ସରକାରଙ୍କ ଟିକା କିଣିବା ପ୍ରକି୍ରୟା

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ କରୋନା ଟିକାକରଣ ଅଭିଯାନକୁ ତ୍ୱରିତ କରିବାକୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି । ଏହି ଟେଣ୍ଡର ଜରିଆରେ ବିଦେଶୀ ଟିକା ଆଣି ରାଜ୍ୟବାସୀଙ୍କୁ ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାରଙ୍କ ଟିକା କିଣିବା ପ୍ରକି୍ରୟା ପାଦେ ଆଗେଇଛି । ପ୍ରି ବିଡିଂ ସରିଛି । ବିଭିନ୍ନ ଟିକା ଉପôାଦନକାରୀ କମ୍ପାନୀ ଟେଣ୍ଡର ପ୍ରକି୍ରୟା ନେଇ ନିଜ ମତାମତ ରଖିଛନ୍ତି । କମ୍ପାନୀ ଗୁଡ଼ିକୁ ରାଜ୍ୟ ସରକାର ତାଙ୍କ ପ୍ରଶ୍ନର ଉତ୍ତର ଦେବେ । ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ୩ କୋଟି ୮୦ ଲକ୍ଷ ଟିକା ବିଭିନ୍ନ ଟିକା ଉପôାଦନକାରୀ କମ୍ପାନୀ ଠାରୁ ସରକାର କିଣିବେ । ଏ ନେଇ ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନଲାଇନ ଟେଣ୍ଡର ପ୍ରକି୍ରୟା ଖୋଲାରହିଛି । ଓଡ଼ିଶା ଔଷଧ ଦିଗମ ପକ୍ଷରୁ କରାଯାଇଥିବା ଏହି ଅନଲାଇନ ଟେଣ୍ଡର ପ୍ରକି୍ରୟାରେ ଡିସିଜିଆଇ ଦ୍ୱାରା ଅନୁମତିପ୍ରାପ୍ତ ବିଭିନ୍ନ ଟିକା ଉପôାଦନକାରୀ କମ୍ପାନୀ ଭାଗ ନେଇପାରିବେ । ୨୮ ତାରିଖ ଦିନ କେତେ ଟିକା କମ୍ପାନୀ ଭାଗ ନେଇଛନ୍ତି ତାହା ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor