ଅନାଥ ଶିଶୁଙ୍କ ପାଇଁ ସରକାର କଲେ ଏହି ବ୍ୟବସ୍ଥା

ଭୁବନେଶ୍ୱର : କୋଭିଡ ଦ୍ୱିତୀୟ ଲହରରେ ଅନେକ ପରିବାରରେ ବାପା-ମା’ କୋଭିଡରେ ପ୍ରାଣ ହରାଇଲା ପରେ ପିଲାମାନେ ଅନାଥ ହୋଇଯାଉଛନ୍ତି । ସେହିପରି ବାପା-ମା’ ସଂକ୍ରମିତ ହୋଇ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅସହାୟ ହୋଇପଡ଼ୁଛନ୍ତି । କୋଭିଡ ଆକ୍ରାନ୍ତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ ମଧ୍ୟ କେହି ଆତ୍ମୀୟ ସ୍ୱଜନ ଓ ନିକଟ ସମ୍ପର୍କୀୟ ଆଗେଇ ଆସୁ ନାହାନ୍ତି । ଏହି ପରିସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ୧୦୯୮ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସହାୟତା ନମ୍ବର ୧୮୦୦-୩୪୫-୪୪୯୪ ସହ ରାଜ୍ୟ ହେଲ୍ପ ଲାଇନ୍ ନମ୍ବର ୧୦୪ ଜାରି କରାଯାଇଛି । ୧୮ ବର୍ଷରୁ କମ୍ ବୟସର ଅସହାୟ ଓ ବିପଦଗ୍ରସ୍ତ ଅବସ୍ଥାରେ ଥିବା ପିଲା କାହା ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲ୍ପ ଲାଇନରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିପାଇଁ ପ୍ରତି ଜିଲ୍ଲାରେ ସରପଞ୍ଚଙ୍କୁ ନେଇ ହ୍ୱାଟସ ଆପ୍ ଗ୍ରୁପ୍ ଗଠନ କରାଯାଇଛି । ଅସୁବିଧାରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ କରି ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଟି ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ଯନô ଓ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor