ଭାରତର ପ୍ରଥମ ନାଜାଲ ଭାକ୍ସିନ ଲଞ୍ଚ ହେଲା

ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି ହୋଇଥିବା ପ୍ରଥମ ନାଜାଲ କୋଭିଡ ଭାକ୍ସିନ ଲଞ୍ଚ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ କୋଭିଡ ଭାକ୍ସିନ 'ଇନ୍କୋଭାକ'କୁ ଲଞ୍ଚ କରିଛନ୍ତି। ଏହି ଟିକା ନାକରେ ଦିଆଯିବ । ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଗତ ଶନିବାର ଦିନ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା ଗଣତନ୍ତ୍ର ଦିବସ ଅବସରରେ ଏହାକୁ ଲଞ୍ଚ କରାଯିବ ବୋଲି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଭାରତ ବାୟୋଟେକ ଘୋଷଣା କରିଥିଲା ଯେ ଏହି ଟିକାକୁ ସରକାରଙ୍କୁ ପ୍ରତି ସଟ ପିଛା ୩୨୫ ଟଙ୍କା ଏବଂ ଘରୋଇ ଟିକାକରଣ କେନ୍ଦ୍ରକୁ ୮୦୦ ଟଙ୍କାରେ ବିକ୍ରି କରିବ। ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ (ଡବ୍ଲୁଏସ୍ଏମ୍) ସହିତ ମିଳିତ ଭାବରେ ଭାରତ ବାୟୋଟେକ୍ ଦ୍ୱାରା ନାଜାଲ୍ ଟିକା ପ୍ରସ୍ତୁତ କରାଯାଇଛି।
Powered by Froala Editor