ଆଥେୟାଙ୍କୁ ସାତ ଜନ୍ମର ସାଥୀ କଲେ ରାହୁଲ

୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ପରସ୍ପରର ହାତ ଧରିଛନ୍ତି କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟୀ । ଖଣ୍ଡାଲାରେ ଥିବା ସୁନୀଲ ସେଟୀଙ୍କ ଫାର୍ମ ହାଉସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହକୁ ଦେଇ ସୁନୀଲ ଶେଟ୍ଟୀ କନଫର୍ମ କରିଛନ୍ତି। ଶନିବାରଠାରୁ ଦୁହିଁଙ୍କର ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ରବିବାର ରାତିରେ ଅଭିନେତ୍ରୀଙ୍କ ଏକ ସଂଗୀତ ସମାରୋହ ଆୟୋଜନ ହୋଇଥିଲା। ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ।
ବିବାହରେ ୧୦୦ ଜଣ ବଛା ବଛା ଅତିିଥୀ ସାମିଲ ହୋଇଥିଲେ । ସେପଟେ ଝିଅ ବିବାହ ପରେ ସୁନିଲ ସେଟ୍ଟୀ ମୁମ୍ବାଇରେ ଏକ ବଡ ରିସେପନ୍ସ ପାର୍ଟି ଦେବାକୁ ଯାଉଛନ୍ତି । ଯେଉଁଥିରେ ୩ହଜାର ଅଧିକ ଅତିଥୀ ସାମିଲ ହେବା ନେଇ ଜଣାପଡିଛି । ସେଲିବ୍ରେଟିଙ୍କ ଠୁ ଆରମ୍ଭ କରି କ୍ରିଡାଜଗତର ନାମି ତାରକା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ଏହି ରୟାଲ ୱେଡିଙ୍ଗ ସେରିମନି ଅନ୍ୟ ସେଲିବ୍ରେଟିଙ୍କ ବିବାହ ଭଳି ନୋ ଫୋନ୍ ପଲିସି ରହିଛି । ବିବାହ ଉତ୍ସବରେ ସାମିଲ ଥିବା ଅତିଥିଙ୍କୁ ଭିଡିଓ ସୋସିଆଲ ମିଡିଆରେ କୌଣସି ଭିଡିଓ କିମ୍ବା ଫଟୋ ଶେୟାର କରିବାକୁ ଅନୁମତି ଦିଆଯାଇନାହିଁ ।
Powered by Froala Editor